Home ଜିଲ୍ଲା ପରିକ୍ରମା ତିହିଡ଼ି ତହସିଲରେ ୨ବର୍ଷ ହେଲା ମିଳୁନି ବେବନ୍ଦୋବସ୍ତ କେଶ୍ ଫାଇଲ୍‌, ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ...

ତିହିଡ଼ି ତହସିଲରେ ୨ବର୍ଷ ହେଲା ମିଳୁନି ବେବନ୍ଦୋବସ୍ତ କେଶ୍ ଫାଇଲ୍‌, ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟିଲେ ଆବେଦନକାରୀ

5
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ବିଲଣା ଗ୍ରାମର ଗୋବର୍ଦ୍ଧନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କର ବେବନ୍ଦୋବସ୍ତ କେଶ୍ ଫାଇଲ ଦୁଇବର୍ଷ ହେଲା ତିହିଡ଼ି ତହସିଲରେ ମିଳୁନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଆବେଦନକାରୀ ଗୋବର୍ଦ୍ଧନ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ପଦକ୍ଷେପ ନେବାକୁ ଦାବି କରିଛନ୍ତି। ତେବେ ଜିଲାପାଳ ଦିଲ୍ଲୀପ ରାଉତରାୟ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ଗୋବର୍ଦ୍ଧନ ବେବନ୍ଦୋବସ୍ତ ଉପରେ ତିହିଡ଼ି ତହସିଲରେ କେଶ ନଂ ଓଇଏ ୧୩୬/୨୦୧୭ ରୁଜୁ କରିଥିଲେ। ତହସିଲଦାର କେଶ୍‌ର ବିଚାର କରି ଗତ ୨୦୨୩ ଜାନୁଆରୀ ୧୧ ତାରିଖରେ କନ୍‌ଫର୍ମ କରିବାକୁ ଉପଜିଲାପାଳଙ୍କ ନିକଟକୁ ପଠାଇଥିଲେ। ଉପଜିଲାପାଳ କେଶ୍‌ର କନ୍‌ଫର୍ମ କରି ୨୦୨୩ ମାର୍ଚ୍ଚ ୨୦ ତାରିଖରେ ତହସିଲ କାର୍ଯ୍ୟାଳୟକୁ ପଠାଇଥିଲେ। ତେବେ କାର୍ଯ୍ୟାଳୟରେ ବେବନ୍ଦୋବସ୍ତ ବିଭାଗ ଦାୟିତ୍ୱରେ ଥିବା କିରାଣି ଏହି ଫାଇଲ୍‌କୁ ଦାୟିତ୍ୱହୀନ ଭାବେ କେଉଁଆଡ଼େ ହଜେଇ ଦେଇଛନ୍ତି। ଇତି ମଧ୍ୟରେ ବିଭାଗର କିରାଣି ଅବସର ନେଇ ସାରିଛନ୍ତି। କିରାଣି ଅବସର ନେବା ପୂର୍ବରୁ ଆବେଦନକାରୀ ଗୋବର୍ଦ୍ଧନ ବହୁବାର ତହସିଲ କାର୍ଯ୍ୟାଳୟକୁ ଆସି କେଶ୍ ଫାଇଲ ଖୋଜି ପାଇ ନଥିଲେ। ଏବେ କେଶ୍ ଫାଇଲ ନମିଳିବାରୁ ଗୋବର୍ଦ୍ଧନ କୋଶ୍‌ର ସୁଫଳ ପାଇ ପାରୁନାହାନ୍ତି। ତେବେ ତୁରନ୍ତ କେଶ୍ ଫାଇଲ୍‌କୁ ଖୋଜି ଗୋବର୍ଦ୍ଧନଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି। ସେହିପରି ତହସିଲରେ ହେଉଥିବା ବିଭିନ୍ନ ଅନିୟମିତତା ଉପରେ ସ୍ଥାନୀୟ ଅଞ୍ଚଳବାସୀମାନଙ୍କ ପକ୍ଷରୁ ରାଜକିଶୋର ଲେଙ୍କା, ନାରାୟଣ ଚନ୍ଦ୍ର ଦାଶ, ସତ୍ୟବ୍ରତ କୁଣ୍ଡ, ତପନ ପଣ୍ଡା, ନିର୍ମଳ ଦଳେଇ, ଶ୍ରୀକାନ୍ତ ପଣ୍ଡା, ବିଷ୍ଣୁ ଚରଣ ମହାନ୍ତି, କାହ୍ନୁ ବେହେରା ପ୍ରମୁଖ ଜନ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସେମାନେ ଅଭିଯୋଗରେ କହିଛନ୍ତି ଯେ, ତହସିଲର ଆଇଡି ଓ ପାସ୍‌ୱାର୍ଡ଼ ଜଣେ କିରାଣି ଏକ ଜନସେବା କେନ୍ଦ୍ରକୁ ଦେଇଛନ୍ତି। ଜନସେବା କେନ୍ଦ୍ର ମାଲିକ ଏଥିରୁ ଫାଇଦା ନେଉଛନ୍ତି। ଜନସାଧାରଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାର୍ଟିଫିକେଟ ପାଇ ପାରୁନାହାନ୍ତି। ରେକର୍ଡ଼ ରୁମ୍‌ରେ ଜଣେ ଅଣ କର୍ମଚାରୀଙ୍କୁ ଦୀର୍ଘଦିନ ହେବ ଦାୟିତ୍ୱ ଦିଆଯାଇଛି। କୋର୍ଟ ଆଦେଶ ଥାଇ ମଧ୍ୟ ରେକର୍ଡ଼ ଫଇସଲା ହୋଇ ପାରୁନଥିବାରୁ ଆବେଦନକାରୀମାନେ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଛନ୍ତି। ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବାକୁ ଦାବି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.