Home ଜିଲ୍ଲା ପରିକ୍ରମା ତିହିଡ଼ି ଡାକ୍ତରଖାନା ଇନ୍‌ଡୋର ଛାତ ବିପଦ ସଂକୁଳ, ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ, ତୁରନ୍ତ ମରାମତି ପାଇଁ...

ତିହିଡ଼ି ଡାକ୍ତରଖାନା ଇନ୍‌ଡୋର ଛାତ ବିପଦ ସଂକୁଳ, ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ, ତୁରନ୍ତ ମରାମତି ପାଇଁ ଦାବି

5
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 2;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: auto;albedo: ;confidence: ;motionLevel: -1;weatherinfo: null;temperature: 39;

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଡୋର (ଅର୍ନ୍ତବିଭାଗ) ଛାତ ବିପଦ ସଂକୁଳ ଅବସ୍ଥାରେ ରହିଛି । ଛାତର ବିଭିନ୍ନ ସ୍ଥାନରୁ ପାଣି ଗଳିବା ସହିତ ତଡ଼ା ତଡ଼ା ହୋଇ କଂକ୍ରିଟ୍ ଖସୁଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଷ ଓ ମହିଳା ୱାର୍ଡ଼ର ଥିବା ରୋଗୀମାନେ ଆତଂକିତ ହୋଇ ପଡ଼ିଛନ୍ତି । କେତେବେଳେ ଯେ ରୋଗୀମାନଙ୍କ ଉପରେ କଂକ୍ରିଟ୍ ଖସିବ ସେକଥା କହି ହେବ ନାହିଁ । ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରକୁ ତିହିଡ଼ି ବ୍ଲକର ଚାନ୍ଦବାଲି, ବାସୁଦେବପୁର, ଧାମଗର ନିର୍ବଚନ ମଣ୍ଡଳୀର ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଜରୁରୀ କାଳୀନ ରୋଗୀମାନଙ୍କୁ ଅର୍ନ୍ତବିଭାଗରେ ରଖାଯାଇ ଚିକିତ୍ସା କରାଯାଇଥାଏ । ଅର୍ନ୍ତବିଭାଗ ୨୦୦୩ ମସିହାରୁ ନିର୍ମାଣ ହୋଇଛି । କିଛିଦିନ ପୂର୍ବେ କେତେକ ପାଣି ଗଳୁଥିବା ସ୍ଥାନରେ ମରାମତି କରାଯାଇଥିଲା । ମାତ୍ର ଅର୍ନ୍ତବିଭାଗରେ ଥିବା ମହିଳା ଓ ପୁରୁଷ ୱାର୍ଡ଼କୁ ମରାମତି କରାଯାଇ ନଥିଲା । ଯାହାଫଳରେ ଏବେ ୨ଟି ୱାର୍ଡ଼ର ଛାତରୁ ପାଣି ଗଳିବା ସହିତ କଂକ୍ରିଟ୍ ମଧ୍ୟ ଖସୁଛି । ଯେଉଁଥିପାଇଁ ରୋଗୀମାନେ ନିଜକୁ ସୁରକ୍ଷିତ ମଣି ପାରୁନାହାନ୍ତି । ଗତ ମଇ ୨ ତାରିଖରେ ରୋଗୀ କଲ୍ୟାଣ ସମିତି ବୈଠକରେ ଛାତରୁ ପାଣି ଗଳିବାକୁ ନେଇ ଆଲୋଚନା କରାଯାଇଥିଲା । ଏନେଇ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା । ମାତ୍ର ଅଦ୍ୟାବଧି କୌଣସି ମରାମତି କରାଯିବା ଉପରେ ପଦକ୍ଷେପ ନିଆଯାଇ ନାହିଁ । ସ୍ୱାସ୍ଥ୍ୟକେନ୍ଦ୍ରର ଅତ୍ୟାଧୁନିକ ଗୃହ ନିର୍ମାଣ ପାଇଁ ୧୭କୋଟି ଟଙ୍କା ମଂଜୁର ହୋଇ ରହିଛି । ମାତ୍ର ଏହି ଟଙ୍କା କାର୍ଯ୍ୟରେ ଲାଗି ପାରୁନାହିଁ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ଗୃହ ନିର୍ମାଣରେ ବିଳମ୍ବ ହେଉଥିବା ସାଧାରଣରେ ଆଲୋଚନା କରାଯାଉଛି । ଫଳରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଅର୍ନ୍ତବିଭାଗ ଛାତକୁ ମରାମତି କରାଯାଇ ରୋଗୀମାନଙ୍କୁ ବିପଦମୁକ୍ତ କରାଯିବା ସହ ନୂତନ ଅତ୍ୟାଧୁନିକ ଗୃହ ନିର୍ମାଣ ପାଇଁ ସାଧାରଣରେ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.