Home ଜିଲ୍ଲା ପରିକ୍ରମା ତିହିଡ଼ି ଗୋପବନ୍ଧୁ ସେବକ ସେନା ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

ତିହିଡ଼ି ଗୋପବନ୍ଧୁ ସେବକ ସେନା ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

5

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସେବକ ସେନା ପକ୍ଷରୁ ଧାମନଗର ବ୍ଲକ ହାସନାବାଦ ପଂଚାୟତ ଅଧୀନ ଅସ୍ତକ ଗ୍ରାମର ବନ୍ୟା ଘେରରେ ଶତାଧିକ ବିପନ୍ନ ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଗୋପବନ୍ଧୁ ସେବକ ସେନାର ସଭାପତି ରାଜୀବ କୁମାର ନାୟକ, ଅଭିରାମ ଦାସ, ଅଶୋକ ନାୟକ, ବୀରେନ ସେନାପତି, ମଧୁସୂଦନ ପାଢ଼ୀ, ଦୀପକ ନାୟକ, ଧନେଶ୍ୱର ପଣ୍ଡା, ଅଶୋକ କୁମାର ଜେନା, ସେକ ଲିଆକତ, ବାବୁରାମ ଗାରିଡ଼ି, ତ୍ରିଲୋଚନ ସାହୁ, ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ବିପନ୍ନ ମାନଙ୍କୁ ଭେଟି ଶୁଖିଲା ଖାଦ୍ୟ ବଂଟନ କରିଥିଲେ। ଏହି ସମୟରେ ନବଜୀବନ ଫାଉଣ୍ଡେସନର କର୍ମକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.