Home ଜିଲ୍ଲା ପରିକ୍ରମା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଦେବବ୍ରତ ରାଉତ ବାଣିଜ୍ୟରେ ଟପ୍ପର

ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଦେବବ୍ରତ ରାଉତ ବାଣିଜ୍ୟରେ ଟପ୍ପର

25

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଣିଜ୍ୟ ବିଭାଗର ଛାତ୍ର ଦେବବ୍ରତ ରାଉତ ସ୍କୁଲ ଟପ୍ପର ହୋଇଥିବା ଜଣାପଡ଼ିଛି। ସେ ମୋଟ ୬୦୦ ନମ୍ବର ମଧ୍ୟରୁ ୫୫୨ (୯୨%)ନମ୍ବର ରଖି ସ୍କୁଲର ଟପ୍ପର ହୋଇଥିବା ବେଳେ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜଣାଯାଇଛି। ସେ ଭବିଷ୍ୟତରେ ଜଣେ ଚାଟାର୍ଡ଼ ଆକାଉଂଟାଂଟ ହେବାର ଲକ୍ଷ୍ୟ ରଖି ଗୁଜୁରାଟରେ ପ୍ରାକ୍ଟିସ୍ ମଧ୍ୟ ଆରମ୍ଭ କରିଦେଇଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ସ୍ୱାଗତରାଜ ବେହେରା (୫୧୦) ଦ୍ୱିତୀୟ ସ୍ଥାନ, ଓମ୍‌ପ୍ରକାଶ ପଣ୍ଡା (୪୯୦) ତୃତୀୟ ସ୍ଥାନ, ଚନ୍ଦ୍ରକାନ୍ତ ପଣ୍ଡା (୪୮୯) ଚତୁର୍ଥ ସ୍ଥାନ ଓ ମନୋରଂଜନ ବେହେରା (୪୮୭) ପଞ୍ଚମ ସ୍ଥାନ ଅଧୀକାର କରିଥିବା ଜଣାଯାଇଛି। ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣ, ବାଣିଜ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବାରିକ, ଅଧ୍ୟାପକ ଜତେନ କୁମାର ପାଢ଼ୀ, ଅଧ୍ୟାପିକା ବର୍ଣ୍ଣାଳି ବିଶ୍ୱଜିତା ବାରିକଙ୍କ ସମେତ ସ୍କୁଲର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ଛାତ୍ରଛାତ୍ରୀମାନେ ଶ୍ରେୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.