Home ଜିଲ୍ଲା ପରିକ୍ରମା ତିହିଡ଼ିର ରାମଚନ୍ଦ୍ର କର ଝାଡ଼ଖଣ୍ଡ କିଷାନ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ

ତିହିଡ଼ିର ରାମଚନ୍ଦ୍ର କର ଝାଡ଼ଖଣ୍ଡ କିଷାନ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ

20

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଂଚାୟତ ଅଧୀନ ବାରିକବିନ୍ଧା ଗ୍ରାମର ରାମଚନ୍ଦ୍ର କର ଝାଡ଼ଖଣ୍ଡ ରାଜ୍ୟରେ ଜାତୀୟ କିଷାନ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ସମ୍ମାନ ଜନକ ପଦବୀ ପାଇଁ ତିହିଡ଼ି କଂଗ୍ରେସ କମିଟି କର୍ମକର୍ତାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏଆଇସିସିର ଉପାଧ୍ୟକ୍ଷ ଅଖିଳେଶ ଶୁକ୍ଳା ଏନେଇ ରାମଚନ୍ଦ୍ରଙ୍କୁ ଅବଗତ କରାଇଛନ୍ତି। କଂଗ୍ରେସର ନୀତି ଆଦର୍ଶକୁ ଆଧାର କରି କୃଷକମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବାକୁ ରାମଚନ୍ଦ୍ରଙ୍କୁ ସୂଚନା ଦିଆଯାଇଛି। ଏଥିସହିତ ପ୍ରଦେଶ କଂଗ୍ରେସ କମିଟି ଓ ପ୍ରଦେଶ କିଶାନ କଂଗ୍ରେସ ସହିତ ଯୋଗାଯୋଗ ରଖି ସାମାଜିକ ଗଣମାଧ୍ୟମରେ ଦଳକୁ ସୁଦୃଢ଼ କରିବାକୁ ତାଙ୍କୁ କୁହାଯାଇଛି। ଏହି ପଦବୀ ପାଇବା ପରେ ରାମଚନ୍ଦ୍ର ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧି, ଏଆଇସିସି କିଶାନ କଂଗ୍ରେସ ଅଧ୍ୟକ୍ଷ ସୁଖପାଲସିଂ ଖୈର, ଉପାଧ୍ୟକ୍ଷ ଅବିନାଶ ଶୁକ୍ଳା, ଏଆଇସିସି ସଂଯୋଜକ ଜୟବର୍ମା, ଦୀପକ କ୍ଷେତ୍ରୀ, ଅଭିଳାଷ ପତ୍ରୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପଦବୀ ପାଇଁ ରାମଚନ୍ଦ୍ରଙ୍କୁ ବ୍ଲକ କଂଗ୍ରେସ କମିଟିର ସଭାପତି ସରୋଜ କୁମାର ଦାସ, ଜେନ ସଭାପତି ଗଣେଶ ମଲିକ, ସରପଂଚ ଉଦ୍ଧବ ଚରଣ ନାୟକ, ମୀନକେତନ ସେନାପତି, ଗୋରାବାବୁ ସାହା, ସୌମ୍ୟଗୋପାଳ ନାୟକ, ସୁରେନ୍ଦ୍ର ସାହୁ, କରୁଣାକର ମହାରଣା, ଦୀପକ ଦାସ, ସୁରେଶ ମହାପାତ୍ର ପ୍ରମୁଖ ରାମଚନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.