Home ଜିଲ୍ଲା ପରିକ୍ରମା ତିହିଡ଼ିରେ ଶ୍ରମିକମାନଙ୍କ ପକ୍ଷରୁ ଶ୍ରମିକ ଦିବସ ପାଳିତ

ତିହିଡ଼ିରେ ଶ୍ରମିକମାନଙ୍କ ପକ୍ଷରୁ ଶ୍ରମିକ ଦିବସ ପାଳିତ

10

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ଶ୍ରମିକ ମାନଙ୍କ ପକ୍ଷରୁ ଶ୍ରମିକ ଦିବସ ଗୁରୁବାର ତିହିଡ଼ି ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତିହିଡ଼ି ତହସିଲ ଛାକଠାରେ କମ୍ୟୁନିଷ୍ଟ ନେତା ପ୍ରଫୁଲ୍ଲ ପାଢ଼ୀ ପତାକା ଉତୋଳନ କରିଥିବା ବେଳେ ପୀରହାଟରେ ବିଷ୍ଣୁ ଦାଶ, ବାରୋରେ ନାରାୟଣ ଦାଶ, ଦୋଳସାହିରେ ଶ୍ରୀଧର ଜେନା ପ୍ରମୁଖ ରକ୍ତପତାକା ଉତୋଳନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ଶ୍ରମିକମାନଙ୍କୁ ୮ଘାଂ କାମ କରିବାର ଅଧିକାର, ଶ୍ରମ କୋର୍ଡ଼ରେ ଶ୍ରମ ଆଇନ ପ୍ରଚଳନ କରିବା, ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ୬୦୦ଟଙ୍କା ଘୋଷଣା କରିବା, ଅଙ୍ଗନୱାଡ଼ି, ଆଶା, ପାଚିକାମାନଙ୍କର ମାସିକ ଦରମା ୨୬ହଜାର ଟଙ୍କା ଘୋଷଣା କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଉପରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଦଳେଇ, ଭାଗବତ ସେନାପତି, ସତ୍ୟବ୍ରତ କୁଣ୍ଡ, ପୀତାମ୍ବର ମଳିକ, ଅନନ୍ତ ଜେନା, ମୁକ୍ତିକାନ୍ତ ଭୋଳ, ପୁରସ୍ତମ ସାହୁ, ସେକ୍ ଲିଟୁ, ସେକ୍ ହାଡ଼ୁ, ସୟଦ ସାୟନସାହା, ବିଜୟ ଦାସ, ହୃଷିକେଶ ଦାସ, ସତ୍ୟଜିତ୍ କୁଣ୍ଡ, ବନମାଳି ମହାନ୍ତି, ସୁବାସ ମହାଳିକ, ଜ୍ୟୋତିର୍ମୟ ମଳିକ, ବାବୁରାମ ଦାସ, ଅଜୟ ବଳ, ଅକ୍ଷୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ। ଆସନ୍ତା ମଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ବରିଷ୍ଠ କମ୍ୟୁନିଷ୍ଟ ନେତା ବିଷ୍ଣୁ ଦାଶ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.