Home ଜିଲ୍ଲା ପରିକ୍ରମା ତିହିଡ଼ିରେ ମହାବୀର ହନୁମାନଙ୍କ ୧୪ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

ତିହିଡ଼ିରେ ମହାବୀର ହନୁମାନଙ୍କ ୧୪ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

18
filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 2;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;HdrStatus: auto;albedo: ;confidence: ;motionLevel: -1;weatherinfo: null;temperature: 34;

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡ଼ି ବ୍ଲକ ଭାଟପଡ଼ା ପଂଚାୟତ ଅଧୀନ ତିହିଡ଼ି ଚନ୍ଦନସାହିରେ ମହାବୀର ହନୁମାନ ଜୀଉଙ୍କର ୧୪ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳେ କଳସ ଶୋଭାଯାତ୍ରାରେ ଅଣାଯାଇ ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା। ପଣ୍ଡିତ ଲକ୍ଷ୍ମୀଧର କର, ଓଁକାର ପଣ୍ଡା, ମନୋଜ ପାଢ଼ୀ, ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। କର୍ତାଭାବେ ପ୍ରଭାତ କୁମାର ରାଉଳ ଓ ପତ୍ନୀ ସନ୍ଧ୍ୟାରାଣୀ ରାଉଳ ପୂଜାକାର୍ଯ୍ୟ ତୁଲାଇଥିଲେ। କଳସ ସ୍ଥାପନ ପରେ ସୂର୍ଯ୍ୟପୂଜା କର।।ଇ ହନୁମାନ ଚାଳିଶା ପାଠ କରାଯାଇଥିଲା। ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇ ବିଭୁକୃପା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ। ସରସ୍ୱତୀ ରାଉଳ, ପାର୍ଥସାରଥୀ ନାୟକ, ରମାକାନ୍ତ ନାଥ, ଘନଶ୍ୟାମ ଓଝା, ଶିବପ୍ରସାଦ ନାଥ, ପ୍ରକାଶ କୁମାର ରାଉଳ, ପୀତାମ୍ବର ଓଝା, ସୁଧାଂଶୁ ଓଝା, ଦେବେନ୍ଦ୍ର ନାଥ, ସୁଦର୍ଶନ ଓଝା ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.