Home ଜିଲ୍ଲା ପରିକ୍ରମା ତିହିଡ଼ିକୁ ସମୃଦ୍ଧ କରିବାକୁ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ: ମନ୍ତ୍ରୀ ସୂର୍ଯ୍ୟବଂଶୀ,ତିହିଡି ମହୋତ୍ସବର ଉଦଘାଟନୀ ସନ୍ଧ୍ୟା

ତିହିଡ଼ିକୁ ସମୃଦ୍ଧ କରିବାକୁ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ: ମନ୍ତ୍ରୀ ସୂର୍ଯ୍ୟବଂଶୀ,ତିହିଡି ମହୋତ୍ସବର ଉଦଘାଟନୀ ସନ୍ଧ୍ୟା

1

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟା ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ସାଂସ୍କୃତିକ ମହାକୁମ୍ଭର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମହୋତ୍ସବ କମିଟିର ସଭାପତି ସୋମନାଥ ପାଢ଼ୀଙ୍କ ପୌରାହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତିହିଡିକୁ ସମୃଦ୍ଧ କରିବାକୁ ହେଲେ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଥିବା ବେଳେ ନିଜ ମାଟି ପାଇଁ ଉତ୍ସର୍ଗୀକୃତ ରହିବା ସହ ପୂଜ୍ୟପୂଜା ଓ ଆମ ସଂସ୍କୃତିକୁ ଉଜ୍ଜୀବିତ କରିରଖିବା ପ୍ରତ୍ୟେକ ନାଗରିକର କର୍ତବ୍ୟ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସ ଯୋଗଦେଇ ମହୋତ୍ସବରେ ପୂଜ୍ୟ ପୂଜାଙ୍କୁ ସମ୍ମାନ ଜଣାଇବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ।ମହୋତ୍ସବ କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଡ଼.ଲକ୍ଷ୍ମୀଧର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ।ତିହିଡି ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ଡ଼ ଅମୂଲ୍ୟ ସେନାପତିଙ୍କ ସଂଚାଳନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଭାବେ ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ,ସମାଜସେବୀ, ସାହିତ୍ୟ ସଂସ୍କୃତି ସମ୍ପନ୍ନ ମଣିଷ ଅଜୟ ନାୟକ, ବେଷ୍ଟ ଗ୍ରାଜୁଏଟ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଛାତ୍ରୀ ଲିପିପୁଷ୍ପା ଗୁଇଁ, ରୋଗୀସେବା ପାଇଁ ନିଜକୁ ନିୟୋଜିତ ରଖିଥିବା ଡାକ୍ତର ରଞ୍ଜିତ ଖଟୁଆ, ଏମ୍ସ ହସ୍ପିଟାଲରେ ମେଡ଼ିସିନ ବିଭାଗର ପ୍ରଫେସର ଶ୍ରୀକାନ୍ତ ବେହରା, ତିହିଡ଼ି ଓକିଲ ସଂଘ, ଆସ୍ଥା ଫାଉଣ୍ଡେସନର ସଭାପତି ପି ହୃଷିକେଶ , ସଙ୍ଗୀତ ମହାବିଦ୍ୟାଳୟ ଇତ୍‌ଯାଦି ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ସାଂସଦଙ୍କ ତିହିଡି ବ୍ଲକ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେପି ଜିଲ୍ଲା ଉପସଭାପତି ରଘୁନାଥ ପାତ୍ର, ସରପଂଚ ପ୍ରଦୀପ ବଳ, ଶୁଭ୍ରନାରାୟଣ ସେଠୀ, ସୁପ୍ରଭା ପାଣି,ପୂର୍ବତନ ସରପଂଚ ଝରଣା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମହୋତ୍ସବ କମିଟି ପକ୍ଷରୁ ଧୀରେନ୍ଦ୍ର ସାହୁ, ଗିରିଜା ରମଣ ଜେନା, ପ୍ରଭାତ ଜେନା, ମନୋଜ ସେନାପତି, ପ୍ରିୟବ୍ରତ ପାଢ଼ୀ, ବସନ୍ତ ମହାପାତ୍ର,ସଚ୍ଚିକାନ୍ତ ନାୟକ,ମନୋଜ ପାଣିଗ୍ରାହୀ, ମିଡ଼ିଆ ସଂଯୋଜକ ନିରଞ୍ଜନ ବାରିକ, ବିସ୍ମୟ ବିହାରୀ ସାହୁ, କୈଳାସ ବେହେରା, ଜୟକୃଷ୍ଣ ସେଠୀ, ପ୍ରତାପ ଜେନା, ଶୁଭମ ସାର୍ଥକ ଜେନା, ମୃତ୍ୟୁଞ୍ଜୟ ଦାସ, ସଞ୍ଜୟ ଦାସ, ଯଯାତି କେଶରୀ ଦାସ,ନୀଳମଣି ସାବତ,ସୁଶାନ୍ତ ଯତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.