Home ଜିଲ୍ଲା ପରିକ୍ରମା ତିଶଳପୁର ଛକରେ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ତିଶଳପୁର ଛକରେ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

7

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଘଟିଛି ମର୍ମାନ୍ତୁଦ ଦୁର୍ଘଟଣା। ଏକ ବାଇକ ଉପରେ ଚଢିଯାଇଛି ଏକ ଅଜଣା ଟ୍ରକ। ଜଣେ ମୃତ ଓ ଆଉ ଜଣେ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ୪ଟା ସମୟରେ ଏକ ମୋଟର ସାଇକେଲରେ ଦୁଇଜଣ ସାଙ୍ଗ ରାଣୀତାଲରୁ ଚରମ୍ପା ଆଡକୁ ଯାଉଥିବା ବେଳେ ତିଶଳପୁର ଡାଇଭରସନ ଠାରେ ଏହି ବାଇକ ଉପରେ ଏକ ଅଜଣା ଟ୍ରକ ଚଢି ପଲାଇ ଯାଇଥିଲା। ଘଟଣା ସ୍ଥଳରେ ବାପୁନ ଜେନା (୩୬) ଙ୍କର ମୃତ୍ୟୁ ହୋଇ ଥିବା ବେଳେ ଗୁରୁତର ରମେଶ ଜେନା କୁ ସ୍ଥାନୀୟ ଲୋକେ ଦମକଳ ସହାୟତାରେ ଭଦ୍ରକ ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି। ମୃତକ ଓ ଆହତଙ୍କ ଘର ସିମୁଳିଆ ଥାନା ଆନନ୍ଦପୁର ଅଂଚଳ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.