Home ଅନୁଗୁଳ ତିନୋଟି ଏସଏଚଜି ଗ୍ରୁପ୍ ପକ୍ଷରୁ ସିଏମ୍ ରିଲିଫ୍ ପାଣ୍ଠିକୁ ୧୬ହଜାର ଟଙ୍କା ପ୍ରଦାନ

ତିନୋଟି ଏସଏଚଜି ଗ୍ରୁପ୍ ପକ୍ଷରୁ ସିଏମ୍ ରିଲିଫ୍ ପାଣ୍ଠିକୁ ୧୬ହଜାର ଟଙ୍କା ପ୍ରଦାନ

246

ତାଳଚେର,୨୭/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା ମହାମାରୀକୁ ମୁକାବିଲା କରିବାକୁ ରାଜ୍ୟ ସରକାରଙ୍କ ହାତମୁଠା ଟାଣ କରିବାକୁ ତାଳଚେର ବ୍ଲକ କିଶୋରୀପାଳସ୍ଥିତ ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ମୂଖ୍ୟମନ୍ତ୍ରୀ କୋଭିଡ଼ ରିଲିଫ ପାଣ୍ଠିକୁ ମୋଟ ୧୬ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଓମ୍ ସାଇରାମ ଏସଏଚଜି ଗ୍ରୁପ୍ ପକ୍ଷରୁ ୧୦ହଜାର ଟଙ୍କା,ମା ମଙ୍ଗଳା ଗ୍ରୁପ୍ ପକ୍ଷରୁ ୩ ହଜାର ଓ ସାଗରିକା ଗ୍ରୁପ୍ ପକ୍ଷରୁ ୩ ହଜାର ଟଙ୍କା ଏହିପରି ସର୍ବମୋଟ ୧୬ହଜାର      ଟଙ୍କା ଏହାର କାର୍ଯ୍ୟକର୍ତାମାନେ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ କୋଭିଡ଼ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.