Home କେନ୍ଦ୍ରାପଡ଼ା ତିନିମୁହାଣୀରେ ମାଛ ମାର୍କେଟ ଯୋଗୁଁ ଟ୍ରାଫିକ ଜାମ

ତିନିମୁହାଣୀରେ ମାଛ ମାର୍କେଟ ଯୋଗୁଁ ଟ୍ରାଫିକ ଜାମ

40

କେନ୍ଦ୍ରାପଡ଼ା, ୨୩ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ତିନିମୁହାଣୀ ଠାରେ ଥିବା ମାଛ ମାର୍କେଟ ଯୋଗୁ ଉତ୍କଟ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଲୋକମାନେ ମନ ଇଛା ରାସ୍ତା ଉପରେ ଗାଡିମଟର ରଖି ମାଛ କିଣୁଛନ୍ତି। ଏ ନେଇ ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ସଚେତନ କରୁନାହାଁନ୍ତି। ତେଣୁ ଗ୍ରାହମକମାନେ ରାସ୍ତା ଉପରେ ଗାଡିମଟର ରଖି ଟ୍ରାଫିକ ଜାମ କରୁଛନ୍ତି। ବିଶେଷ କରି ବୁଧବାର ଓ ରବିବାର ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି। ସପ୍ତାହରେ ଏହି ଦୁଇ ଦିନ ମାଛ କିଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଲାଗିଛି। ତେଣୁ ଲୋକେ ମାଛ ବଜାରରେ ଭିଡ଼ ଜମାଉଛନ୍ତି। କିନ୍ତୁ ଲୋକମାନେ କେଉଁଠାରେ ଗାଡି ରଖିବେ ସେ ନେଇ ବେପାରୀମାନେ ଗ୍ରାହକମାନଙ୍କୁ ସଚେତନ କରୁନାହାଁନ୍ତି। ଫଳରେ ଏଭଳି ପରିସ୍ଥିତି ଉପୁଜିଛି। ଜଣେ ଗ୍ରାହକଙ୍କ କହିବାନୁଯାୟୀ ପୁରୁଣା ବସଷ୍ଟାଣ୍ଡରେ ଏକ ସ୍ୱତନ୍ତ୍ର ମାଛ ମାର୍କେଟ ରହିଛି। ଅନୁରୂପ ଭାବେ ତିନିମୁହାଣୀ ଠାରେ ମଧ୍ୟ ଏକ ସ୍ୱତନ୍ତ୍ର ମାଛ ମାର୍କେଟର ଆବଶ୍ୟକତା ରହିଛି। ଏ ନେଇ ପୌରପାଳିକା ସ୍ଥାନ ନିରୂପଣ କରିବା ଉଚିତ। ଯାହା ଫଳରେ ଲୋକମାନେ ସୁରକ୍ଷିତ ଭାବେ ଗାଡି ରଖି ମାଛ କିଣି ପାରିବେ। କିନ୍ତୁ ପୌରପାଳିକା କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ଗ୍ରାହକ ଜଣକ କହିଛନ୍ତି। ସେହିପରି ଅନ୍ୟ ଜଣେ ଗ୍ରାହକଙ୍କ କହିବାନୁଯାୟୀ ତିନିମୁହାଣୀ ନିକଟବର୍ତ୍ତୀ ଯେଉଁ ଲୋକମାନେ ରହୁଛନ୍ତି ସେମାନଙ୍କୁ ପୁରୁଣା ବସଷ୍ଟାଣ୍ଡ ମାଛ ମାର୍କେଟକୁ ଯାଇ ମାଛ କିଣିବା ଅଧିକ ବାଟ ହେଉଛି। ତେଣୁ ସେମାନେ ବାଧ୍ୟହୋଇ ଅସୁରକ୍ଷିତ ଭାବେ ଗାଡିମଟର ରଖି ତିନିମୁହାଣୀ ମାଛ ମାର୍କେଟରୁ ମାଛ କିଣୁଛନ୍ତି। ତେଣୁ ତିନିମୁହାଣୀରେ ଏକ ସ୍ୱତନ୍ତ୍ର ମାଛ ମାର୍କେଟ ନିର୍ମାଣ କରିବାର ଆବଶ୍ୟକତା ରହିଛି। ଏ ନେଇ ପୌରପାଳିକା ନିକଟରେ ଲୋକେ ଦାବି କରିଛନ୍ତି। ଜଣେ ବ୍ୟବସାୟୀ କହିଛନ୍ତି ଆମ୍ଭେମାନେ ମଧ୍ୟ ପୌରପାଳିକା ନିକଟରେ ଦାବି କରିଛୁ ଏକ ସ୍ୱତନ୍ତ୍ର ମାଛ ମାର୍କେଟ ନିର୍ମାଣ କରିବା ପାଇଁ। ଏହା ହୋଇ ପାରିଲେ ଗ୍ରାହକମାନେ ସୁରକ୍ଷିତ ଭାବେ ମାଛ କିଣିପାରିବେ। ଏହି ଭିଡ଼ ହେବା ଯୋଗୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି। କାରଣ ଲୋକମାନେ ରାଜପଥରେ ଗାଡିମଟର ରଖି ମାଛ କିଣୁଛନ୍ତି। ଯାହାଦ୍ୱାରା ସେମାନଙ୍କ ଜୀବନ ମଧ୍ୟ ଅସୁରକ୍ଷିତ ହୋଇପଡୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.