Home କେନ୍ଦ୍ରାପଡ଼ା ତିନିବର୍ଷ ତଳର ପ୍ରକଳ୍ପ ନାମରେ ମିଥ୍ୟାବିଲ କରିନେବାକୁ ମସୁଧା ହେଉଥିବା ଅଭିଯୋଗ

ତିନିବର୍ଷ ତଳର ପ୍ରକଳ୍ପ ନାମରେ ମିଥ୍ୟାବିଲ କରିନେବାକୁ ମସୁଧା ହେଉଥିବା ଅଭିଯୋଗ

247

କେନ୍ଦ୍ରାପଡା ୨୨/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତର ଅଧିବାସୀମାନେ ମଙ୍ଗଳବାର କେନ୍ଦ୍ରାପଡା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ୩ବର୍ଷ ତଳର ୩ଟି ପ୍ରକଳ୍ପ ନାମରେ ଏବେ ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଧରି ମିଥ୍ୟା ବିଲ କରାଇନେବାକୁ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମସୁଧା ଚଳାଇଛନ୍ତି। ସେହି ୩ଟି ପ୍ରକଳ୍ପ ହେଉଛି ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅନ୍ତର୍ଗତ ୨୦୧୫-୧୬ ଆର୍ଥିକ ବର୍ଷର ପଳସିଂହା ପଂଚାୟତର କାଳୀଦଣ୍ଡା ପୋଖରୀ ଖନନ କାର୍ଯ୍ୟ – ଅଟକଳ ମୁଲ୍ୟ -୩ଲକ୍ଷ ଟଙ୍କା, ୨ୟଟି ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅନ୍ତର୍ଗତ ୨୦୧୫-୧୬ ଆର୍ଥିକ ବର୍ଷର ରାମ ଅଭିଷେକ ପୋଖରୀ ଖନନ କାର୍ଯ୍ୟ-ବ୍ୟୟ ଅଟକଳ-୪ଲକ୍ଷ ଟଙ୍କା ଓ ତୃତୀୟଟି ହେଉଛି ପଂଚାୟତ ସମିତି ଅଂଶ ଅନ୍ତର୍ଗତ ୨୦୧୫-୧୬ ଆର୍ଥିକ ବର୍ଷର ଗରଜଙ୍ଗ ଧିରେନ ଦାଶ ଘରପାଖ ପଂଚାୟତ ପୋଖରୀର ପୁନଃରୁଦ୍ଧାର ଓ ଗାଧୁଆତୁଠ ନିର୍ମାଣ -ବ୍ୟୟ ଅଟକଳ – ୩ଲକ୍ଷ ୩୦ହଜାର ଟଙ୍କା। ୨୦୧୫-୧୬ ଆର୍ଥିକ ବର୍ଷରେ ବିନାକାର୍ଯ୍ୟରେ ଏହି ତିନୋଟି ପ୍ରକଳ୍ପର ବିଲ କରାଇନେବାକୁ ଉଦ୍ୟମ ହୋଇଥିଲା। ପଂଚାୟତବାସୀଙ୍କ ଅଭିଯୋଗକ୍ରମେ ତତକାଳୀନ ବ୍ଲକ ସହକାରୀ ଯନ୍ତ୍ରୀ ବିଲ ପେମେଂଟ ନକରିବା ପାଇଁ ସଂପୃକ୍ତ ପ୍ରକଳ୍ପ ଗୁଡିକର ଫାଇଲରେ ଲେଖିଦେବାରୁ ମିଥ୍ୟା ବିଲ ପ୍ରଦାନ ବନ୍ଦ ହୋଇଯାଇଥିଲା। ସେତେବେଳେ ମିଥ୍ୟା ବିଲ ପ୍ରସ୍ତୁତ କରିଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ଚାକିରୀରୁ ନିଲମ୍ବନ କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ରାଜନଗର ବ୍ଲକରେ ପୁନଃନିଯୁକ୍ତି ଦିଆଯାଇଥିଲା। ସଂପୃକ୍ତ ଯନ୍ତ୍ରୀ ଜଣଙ୍କ ଏବେ ଲାଂଚନେଇ ପିଛିଲା ତାରିଖରେ ପୁନର୍ବାର ବିଲ ପ୍ରସ୍ତୁତ କରି ସେତେବେଳର ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବାରୁ ସେହି ବିଲରେ ତାଙ୍କର ଜାଲ ଦସ୍ତଖତ କରି ପୂର୍ବରୁ ସେହି ତିନୋଟି ପ୍ରକଳ୍ପର କାର୍ଯ୍ୟ ହୋଇଥିବା ଦର୍ଶାଇ ରେକର୍ଡ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଚାରିବର୍ଷ ତଳର ସଂପୃକ୍ତ ପ୍ରକଳ୍ପ ଗୁଡିକର ମାଟିକାମର ବିଲ କିଭଳି ପ୍ରସ୍ତୁତ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏହା ମଧ୍ୟରେ ୨ଜଣ ବିଡିଓ, ୨ଜନ କନିଷ୍ଠ ଯନ୍ତ୍ରୀ ଓ ୨ଜଣ ସହକାରୀ ଯନ୍ତ୍ରୀ ଏଠାରୁ ବଦଳି ହୋଇ ଯାଇଥିବା ବେଳେ ୪ବର୍ଷ ତଳର ମିଥ୍ୟା ମାଟିକାମର ବିଲ ଏବେ କରାଇନେବାକୁ ଉଦ୍ୟମ ହେବା ପଂଚାୟତରାଜ ବିଭାଗର ନୀତିନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି। ତେଣୁ ଏଭଳି ମହାଦୁର୍ନିତୀର ବିଧିବଦ୍ଧ ତଦନ୍ତ କରାଯାଇ ଏହି କାର୍ଯ୍ୟରେ ସଂପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଳସିଂହା ପଂଚାୟତବାସୀଙ୍କ ପକ୍ଷରୁ ମହେନ୍ଦ୍ର କୁମାର ମଳିକ, କୈଳାସ ଚନ୍ଦ୍ର ଦାଶ, ସର୍ବେଶ୍ୱର ମଳିକ, ନିରଞ୍ଜନ ଦାସ, ବିଜୟ କୁମାର ରାଉତ, ନିହାରକାନ୍ତ ଦାସ, ମାନୁଆ ଭଳ, ସୁବାଷ ରାଉତ, ବାଜିଆ ସାହୁ, ପଦନ ସେଠୀ, ବିଚିତ୍ର ନାୟକ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମା ଓ ବିଡିଓ ସୁଧିର କୁମାର ସିଂଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଏସମ୍ପର୍କରେ ଆବଶ୍ୟକ ତଦନ୍ତ କରାଯିବା ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.