Home ଓଡ଼ିଶା ତିତିଲିର ପ୍ରଭାବ; ଶୁଙ୍ଗୀ ଘାଟିରେ ବିରାଟ ଗଛ ପଡିଲା ; ୩ ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ

ତିତିଲିର ପ୍ରଭାବ; ଶୁଙ୍ଗୀ ଘାଟିରେ ବିରାଟ ଗଛ ପଡିଲା ; ୩ ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ

100

କୋରାପୁଟ ; ତା୧୧-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସାମୁଦ୍ରିକ ଝଡ ତିତ୍ଲି ର ପ୍ରଭାବ କୋରାପୁଟ ଜିଲ୍ଲାରେ ସେତେ କ୍ଷୟକ୍ଷତି କରି ନ ଥିବା ବେଳେ କେବଳ ଶୁଙ୍ଗି ଘାଟିରେ ଏକ ବିରାଟ ଗଛ ପଡିବାରୁ ଯାତାୟତ ୩ ଘ. ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲା ବୋଲି ଜଣାପଡିଛି।ଆଜି ସକାଳ ପ୍ରାୟ ୭ ଘ.୩୦ ମିନିଟ ସମୟରେ ଶୁଙ୍ଗି ଘାଟିରେ ଗଛ ପଡିବା ଖବର ମିଳିବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ପଟ୍ଟାଙ୍ଗୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ୧୧ଘ.୩୦ ମିନିଟ ସମୟରେ ଗଛକାଟି ରାସ୍ତା ସଫା କରିଦେଇଥିଲେ।ଏହାପରେ ଯାତାୟତ ସ୍ୱାଭାବିକ ହୋଇଥିଲା।ପ୍ରବଳ ବର୍ଷା ହେବ ବୋଲି ଯେଉଁ ଆକଳନ କରାଯାଇଥିଲା ସେପରି ବର୍ଷା କୋରାପୁଟ ଜିଲ୍ଲାରେ ହୋଇ ନ ଥିବା ଜଣାପଡିଛି।କୋରାପୁଟ ଜିଲ୍ଲାରେ ସର୍ବମୋଟ ୧୫୯.୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା।ଲକ୍ଷ୍ମିପୁରରେ ସର୍ବାଧିକ ୩୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.