ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ସ୍ୱତନ୍ତ୍ର ଉପକାରଗାରରେ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ରକ୍ଷା ବନ୍ଧନ ଉତ୍ସବରେ ସ୍ୱତନ୍ତ୍ର ଉପକାରଗାର ଅଧ୍ୟକ୍ଷ ଦିଲ୍ଲୀପ ବେହେରା ଉପସ୍ଥିତ ରହିଥିବା ବେଳେ ସଂଘର ସମ୍ପାଦକ ଦେବରଞ୍ଜନ ସାମଲ, ଆଶୁତୋଷ ଦାସ, ଡା. ଅରବିନ୍ଦ ନନ୍ଦି, ରଙ୍ଗାଧର ନାୟକ, ସମାଜସେବୀ ବିଭୁତି ସାହୁ, ଆଇନଜୀବୀ ବାଉରିବନ୍ଧୁ ବେଜ୍, ଅସିତ ସାହୁ, ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟ, ଦେବାଶିଷ ପରିଡ଼ା, ବିକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାରାଗାରର ସମସ୍ତ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ପବିତ୍ର ରକ୍ଷା ବନ୍ଧନ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।







