ତାଳଚେର,୨୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାର ମଣ୍ଡଳରେ ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉଦଘାଟନୀ ସତ୍ରରେ ଯୋଗ ଦେଇ ଶ୍ରୀ ସାମଲ ବିଜେପି ଶାସନରେ କିଭଳି ବିକାଶ ଘରେ ଘରେ ପହଂଚି ପାରିଛି ଏବଂ ଆତ୍ମ ନିର୍ଭର ଭାରତ ପାଇଁ ଲୋକାଲ କୁ କିଭଳି ଭୋକାଲ କରାଯାଇ ପାରିବ, ସେ ବିଷୟରେ ତଥା ବିଜେପି କାର୍ଯ୍ୟକର୍ତା କିଭଳି ଅନ୍ୟାନ୍ୟ କାର୍ଯ୍ୟକର୍ତାଙ୍କ ଠାରୁ ଭିନ୍ନ ତାହାକୁ ବିସ୍ତୃତ ଭାବେ ବୁଝାଇଥିଲେ । ପୈାର ମଣ୍ଡଳ ସଭାପତି ଯଶୋବନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସମ୍ପାଦକ ପ୍ରକାଶ ମହାରଣା ଅନ୍ୟତମ ଅତିଥିଭାବେ ଯୋଗଦାନ କରିଥିଲେ । ଉଦଘାଟନୀ ଦିବସର ପାଂଚଟି ସତ୍ରରେ ଯଥାକ୍ରମେ ଚନ୍ଦନ ସ୍ୱରାଜ,ପ୍ରକାଶ ମହାରଣା,ପର୍ଶୁରାମ ବାରିକ,ବିଜୟ କୁମାର ମାଝି,ମାନସ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ୫ଟି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ଜ୍ଞାନେନ୍ଦ୍ରୀୟ ସେଠୀ ବ୍ୟବସ୍ଥା ପ୍ରମୁଖ ଏବଂ ନିରୋଜ ଦାସ ସଂଚାଳନ ପ୍ରମୁଖ ଭାବେ ଦାୟିତ୍ୱ ନେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୈାର ମଣ୍ଡଳର ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିଲେ । ୨ୟ ଦିବସରେ ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ ।