Home ଅନୁଗୁଳ ତାଳଚେର ପୈାର ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ

ତାଳଚେର ପୈାର ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ

46

ତାଳଚେର ୧୦/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପୈାର ପ୍ରଶାସନ ତରଫରୁ ଆଜି ୧୦ ନମ୍ବର ୱାର୍ଡ଼ ଅନ୍ତର୍ଗତ ମାଛ ମାର୍କେଟ ଓ ବସଷ୍ଟାଣ୍ଡ ରାସ୍ତା ପାର୍ଶ୍ୱ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି। ତାଳଚେର ପୈାର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ, ସଦର ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ସମସ୍ତ ଜବରଦଖଲ ଦୋକାନଗୁଡ଼ିକୁ ଜେସିବି ମେସିନ୍ ଲଗାଇ ଭାଙ୍ଗି ଦିଆଯାଇଛି। ଏହି ଦୋକାନଗୁଡ଼ିକ ଦୀର୍ଘ ବର୍ଷ ଧରି ବହୁ ସ୍ଥାନ ମାଡ଼ି ବସିଥିଲେ ବୋଲି ଅଭିଯୋଗ ହୋଇ ଆସୁଥିଲା। ତେବେ ଆଗାମୀ ଦିନରେ ପୈାର ପରିଷଦ ପକ୍ଷରୁ ହେବାକୁ ଥିବା ବିଭିନ୍ନ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟରେ ବାଧକ ସାଜୁଥିବାରୁ ଏଗୁଡ଼ିକୁ ସେଠାରୁ ହଟାଇବା ଅପରିହାର୍ଯ୍ୟ ହୋଇ ପଡ଼ିଥିଲା। ତେବେ ଏହାକୁ ନେଇ ସେଠାରେ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବୁଦ୍ଧିଜୀବୀମାନେ ପୈାର ପ୍ରଶାସନର ଏଭଳି କାର୍ଯ୍ୟକୁ ସ୍ୱାଗତ କରିଛନ୍ତି। ଆଗାମୀ ଦିନରେ ପୈାର ପ୍ରଶାସନ ପକ୍ଷରୁ ଅନେକ ଜବରଦଖଲ ସ୍ଥାନକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.