Home ଅନୁଗୁଳ ତାଳଚେର ଥର୍ମାଲ ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଓ ଶପଥ ପାଠ

ତାଳଚେର ଥର୍ମାଲ ପକ୍ଷରୁ କୋଭିଡ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଓ ଶପଥ ପାଠ

74

ତାଳଚେର,୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମୂଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କର ନିବେଦନ କ୍ରମେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବୁଧବାର ସନ୍ଧ୍ୟାରେ ଏନ୍‌.ଟି.ପି.ସି ତାଳଚେର ଥର୍ମାଲ ପକ୍ଷରୁ ଠାରେ ଏକ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ ସ୍ଥାନୀୟ ଆଶାଲୋକ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଥର୍ମାଲ ଗ୍ରୁପ ଜେନେରାଲ ମ୍ୟାନେଜର ଡି.ଏନ୍‌.ତିୱାରୀ, ଜେନେରାଲ ମ୍ୟାନେଜର(ଓ ଆଣ୍ଡ ଏମ୍‌) ଅରିନ୍ଦମ ସିହ୍ନା,ଚିଫ୍ ମେଡ଼ିକାଲ ଅଫିସର ରଞ୍ଜିତା ସାହୁ,ଏଜିଏମ୍ (ଏଚ ଆର) ଆଲୋଇସ୍ ଟପ୍ନୋ,ଅନ୍ୟାନ୍ୟ ଅଧିକାରୀ ଏବଂ ଶ୍ରମିକ ସଙ୍ଗଠନର କର୍ମକର୍ତାଗଣ ଯୋଗ ଦେଇଥିଲେ । ଠିକ୍ ସନ୍ଧ୍ୟା ୬ଟା ବେଳେ ନୀରବ ପ୍ରାର୍ଥନା ଓ ପରେପରେ ଶପଥ ପାଠ କରାଯାଇଥିଲା । ଓଡ଼ିଆ ଶପଥ ଶୀମତୀ ସାହୁ ପାଠ କରିଥିବା ବେଳେ ଇଂରାଜୀରେ ଜିଜିଏମ ଶପଥ ପାଠ କରାଇଥିଲେ । ଜିଜିଏମ୍ ଶ୍ରୀ ତିୱାରୀ ତାଙ୍କ ବକ୍ତବ୍ୟରେ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କରି ସେମାନଙ୍କ ବଳିଦାନକୁ ସମାଜ କେବେ ଭୁଲିବ ନାହିଁ ବୋଲି କହିଥିଲେ । ସେହିପରି ଜିଏମ୍ ଶ୍ରୀ ସିହ୍ନା ମଧ୍ୟ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ । ପରିଶେଷରେ ଶ୍ରୀ ଟପ୍ନୋ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.