Home ଅନୁଗୁଳ ତାଳଚେର ଥର୍ମାଲରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ତାଳଚେର ଥର୍ମାଲରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

121

ତାଳଚେର,୧୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନଟିପିସି ତାଳଚେର ଥର୍ମାଲ କାର୍ଯ୍ୟାଳୟଠାରେ ପରିସରରେ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ସରକାରଙ୍କ ଦ୍ୱାରା ଜାରି କୋଭିଡ-୧୯ର ସବୁ ନିୟମାବଳୀକୁ ପାଳନ କରାଯାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ତାଳଚେର ଥର୍ମାଲର ସମୂହ ମହାପ୍ରବନ୍ଧକ ଡି.ଏନ. ତିୱାରୀ ଜାତୀୟ ପତାକା ଉତୋଳନ କରିଥିଲେ l ଏହି ଉତ୍ସବରେ ଏନଟିପିସିର ବହୁ ଅଧିକାରୀ,କର୍ମଚାରୀ,ସାଗରିକା ମହିଳା କ୍ଲବର ସଦସ୍ୟା,ଅଫିସର ସଙ୍ଘର ସଦସ୍ୟ,କର୍ମଚାରୀ ସଂଗଠନର କର୍ମକର୍ତାମାନେ ଉପସ୍ଥିତ ଥିଲେ l ରାଷ୍ଟ୍ରୀୟ ସଲାମୀ ପରେ ଜିଜିଏମ ତାଙ୍କର ଅଭିଭାଷଣରେ ଏନଟିପିସି ତାଳଚେର ଥର୍ମାଲର ରେକର୍ଡ ଉତ୍ପାଦନ ସମ୍ପର୍କରେ ସୂଚନା ଦେଇଥିଲେ l ଏନଟିପିସି ର ବିଜୁଳି ଉତ୍ପାଦନ କ୍ଷମତା ୬୨000+ମେଗାୱାଟରୁ ଉର୍ଦ୍ଧ୍ବରେ ପହଂଚିଥିବାର ଓ ଦେଶର ୨0%ରୁ ଅଧିକ ବିଜୁଳି କେବଳ ଏନଟିପିସି ଉତ୍ପାଦନ କରୁଥିବାରୁ ସେ ଖିସି ପ୍ରକଟ କରିଥିଲେ l କୋଭିଡ-୧୯ର ଏହି କଷ୍ଟକର ପରିସ୍ଥିତିରେ ତାଳଚେର ଥର୍ମାଲ ତାହାର ୧00% ଉତ୍ପାଦନ ବଜାୟ ରଖି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ତାଳଚେର ଥର୍ମାଲ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀମାନେ ଏହି ବିଷମ ପରିସ୍ଥିତି ରେ ସେମାନଙ୍କର ସର୍ବଶ୍ରେଷ୍ଟ ସେବା ପ୍ରଦାନ ଜାରି ରଖି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ତିୱାରୀ ପ୍ରକାଶ କରିଥିଲେ l ପରିଶେଷରେ ଡିଜିଏମ ସମିତ କୁମାର ଦେବ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ଏହାପରେ ସାଗରିକା କ୍ଳବର ମହିଳା ସଦସ୍ୟାମାନଙ୍କ ଦ୍ୱାରା ଥର୍ମାଲ ଜୁବୁଲି ପାର୍କରେ ସମୂହ ବୃକ୍ଷ ରୋପଣ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.