Home ଓଡ଼ିଶା ତାଳଚେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ତାଳଚେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

89

ତାଳଚେର,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ତାଳଚେରର କୋଲିୟାରୀ ଥାନା ଡେରା ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାରେ ଏକ ବାଇକ ଦୁର୍ଘଟଣା ହୋଇଛି । ଫଳରେ ଏଥିରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତ ଜଣକ ଯୁବକ ସେଣ୍ଟ୍ରାଲ କଲୋନୀର ଅବିନାଶ ଜନ । ସୂଚନା ଅନୁସାରେ, ନିଜ ବାଇକରେ ଦ୍ରୁତି ଗତିରେ ଯିବାବେଳେ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଜଣେ ପଥଚାରୀଙ୍କୁ ଜୋରଦାର ଧକ୍କା ଦେବାପରେ ଗାଡ଼ିରୁ ଛିଟିକି ପଡ଼ିଥିଲେ । ପରେ ତାଙ୍କୁ ସେଣ୍ଟ୍ରାଲ ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.