Home ଅନୁଗୁଳ ତାଳଚେରରେ ଏମସିଏଲ ପ୍ରତିଷ୍ଠା କରିବ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କଲେ...

ତାଳଚେରରେ ଏମସିଏଲ ପ୍ରତିଷ୍ଠା କରିବ କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କଲେ କାଳନ୍ଦୀ ସାମଲ

57

ତାଳଚେର,୯/୫(ଓଡ଼ିଆପୁଅ/ଅଜିତ କୁମାର ବେହେରା): ତାଳଚେରରେ ଜଗନ୍ନାଥ କ୍ଷେତ୍ର ସହାୟତାରେ ଏମସିଏଲ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବ ବୋଲି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ପ୍ରକାଶ ଥାଉକି,ତାଳଚେରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ବହୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି ଆସୁଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଶୋର କ୍ଲବର ବାର୍ଷିକ ଉତ୍ସବ ଅବସରରେ ତାଳଚେରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ପ୍ରକାଶ କରିଥିଲେ । ଏହି ମର୍ମରେ ସେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ତାଳଚେରରେ ଏକ ଜମି ଚିହ୍ନଟ କରିବା ଲାଗି କହିଥିଲେ । ତେବେ ଜିଲ୍ଲା ପ୍ରଶାସନ ଜମି ଚିହ୍ନଟ କରିବାରେ ଆଗ୍ରହ ପ୍ରକାଶ କଲାନାହିଁ। ଏଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁନଶ୍ଚ କେନ୍ଦ୍ର କୋଇଲାମନ୍ତ୍ରୀଙ୍କୁ ଚିଠି ଲେଖି ସେଣ୍ଟ୍ରାଲ ସ୍କୁଲ କରିବାକୁ ଅନୁରୋଧ କରିଥିଲେ।
କେନ୍ଦ୍ର କୋଇଲା ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁରୋଧ ରକ୍ଷା କରି ତାଳଚେରରେ ଏମସିଏଲ ସହାୟତାରେ ଏକ ନୂତନ ସେଣ୍ଟ୍ରାଲ ସ୍କୁଲ ସ୍ଥାପନ ହେବ ବୋଲି ଚିଠି ଲେଖି ଜଣାଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ତାଳଚେର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହାଦ୍ୱାରା ତାଳଚେର ଅଂଚଳର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ତାଳଚେରର ବହୁ ବିଶିଷ୍ଟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଏହି ବିଦ୍ୟାଳୟ ସ୍ଥାପନ ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ସର୍ବୋପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.