Home ଜିଲ୍ଲା ପରିକ୍ରମା ତାଳକଣି ଓ କୁଳାସର ପଞ୍ଚାୟତରେ ଉତ୍କଟ ପାନୀୟଜଳ ସଂକଟ

ତାଳକଣି ଓ କୁଳାସର ପଞ୍ଚାୟତରେ ଉତ୍କଟ ପାନୀୟଜଳ ସଂକଟ

52

ନୟାଗଡ଼ ୦୬/୦୪(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ତାଳକଣି ଗ୍ରାମପଞ୍ଚାୟତ ଓ କୁଳାସର ଗ୍ରାମପଞ୍ଚାୟତରେ ଉତ୍କଟ ପାନୀୟଜଳ ସଂକଟ ଦେଖାଦେଇଛି। ତାଳକଣି ଗ୍ରାମପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମ ଭୁତଳ ଜଳ ଫ୍ଲୋରାଇଡ୍ ମିଶା ହୋଇଥିବା ଯୋଗୁଁ ସମସ୍ତ ଗ୍ରାମବାସୀଙ୍କର ଦାନ୍ତ କସରା ପଡିଥିବା ଜଣାପଡିଛି। ବାଲିପାଟଣା ଗ୍ରାମରେ ୨୦୧୩-୧୪ ମସିହାରେ ଏକ ପାନୀୟଜଳ ପ୍ରକଳ୍ପ ବାଲିପାଟଣା ଓ ଗୋବର୍ଦ୍ଧନପୁରକୁ ପାନୀୟଜଳ ଯୋଗାନ ପାଇଁ ନିର୍ମାଣ ହୋଇଥିଲା। ଯାହାକି ଏବେ ୮ ବର୍ଷ ହେଲା ନିର୍ମାଣଧିନ ଅବସ୍ଥାରେ ରହିଅଛି। ଏପରିକି ପାନୀୟଜଳ ଯୋଗାଣ ପାଇଁ ଗାଁ ଦାଣ୍ଡରେ ପାଇପ୍ ବିଛାଯାଇ ନାହିଁ। ଗ୍ରାମରେ ଥିବା ନଳକୂପ ଗୁଡିକ ବହୁ ପୁରାତନ ହୋଇଥିବା ଯୋଗୁଁ ବାରମ୍ବାର ଅଚଳ ହୋଇପଡୁଛି। ଫଳରେ ଉଭୟ ଗ୍ରାମବାସୀ ପାନୀୟଜଳ ସଂକଟ ରେ ଜୀବନ ବିତାଉଛନ୍ତି। ସେହିଭଳି ଭାବରେ କୁଳାସର ଗ୍ରାମରେ ଏକ ପାନୀୟଜଳ ପ୍ରକଳ୍ପ ଅଛି କୁଳାସର ଗ୍ରାମକୁ ପାନୀୟଜଳ ଯୋଗା ଯାଇଥିବା ବେଳେ ନିଳପଲ୍ଲୀ, ବେଣୁଧରପୁର ଓ ପାଟପୁର ଅଂଚଳ ଏବେବି ଜଳକ୍ଲିଷ୍ଟ ଗାଁ ଭାବେ ରହିଅଛି। ଅପରପକ୍ଷେ ନିଳପଲ୍ଲୀ କୁ ଜଳ ଯୋଗାଣ ପାଇଁ ପାଇପି ବିଛା ଯାଇଥିଲେ ମଧ୍ୟ ରାସ୍ତା କାମା ଯୋଗୁଁ ତାହା ଭାଙ୍ଗିରୁଜି ଯାଇଥିବା ଯୋଗୁଁ ଗ୍ରାମବାସୀ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି।

ଅପରପକ୍ଷେ କୁଳାସର ଗାଁ ରେ ବିଭାଗୀୟ ସୂଚନା ଅନୁଯାଇ ୮ ଗୋଟି ପାଣି ଟ୍ୟାପ ଥିଲା ବେଳେ ମନଇଚ୍ଛା ବେଆଇନ ଭାବେ ଦୁଆରେ ଦୁଆରେ ପାଣିଟ୍ୟାପ ଖୋଲି ଲୋକମାନେ ଶାଗ ପିଆଜ ଆଦି ଫସଲ ଚଲାଇଥିବା ଅଭିଯୋଗ ହେଉଛି। ଏ ସର୍ମ୍ପକେ ରଣପୁର ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ପ୍ରକାଶ ମହାନ୍ତି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି କୁଳାସର ରେ ଯେଉଁ ପାନୀୟଜଳ ଅପଚୟ ହେଉଛି ତାହା ବୁଝିବା ଦାୟିତ୍ୱ ହେଉଛି ଗ୍ରାମପଞ୍ଚାୟତର। କୁଳାସରରେ ଭୁତଳରେ ଆଉ ପାନୀୟଜଳ ଉତ୍ସ ନାହିଁ। ତେଣୁ ନୂଆ ପ୍ରକଳ୍ପ ହୋଇପାରିବ ନାହିଁ। ବାଲିପାଟଣା ରେ ହୋଇଥିବା ପ୍ରକଳ୍ପ ଟି କୋଲାସ୍ପ କରିଯାଇଛି। ସରକାରଙ୍କ ରଣପୁରକୁ ମେଗା ଜଳ ସେଚନରେ ସାମିଲ କରାଯାଇଥିବା ଯୋଗୁଁ ଆଉ ନୂଆ ବୋରିଂ ପ୍ରକଳ୍ପ ପାଇଁ ବିଭାଗୀୟ ଅର୍ଥ ଆସୁନାହିଁ। ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସେହି ୨ ପଞ୍ଚାୟତର ସମସ୍ତ ଗ୍ରାମକୁ ଜଳ ଯୋଗାଣ ହୋଇପାରିବ। ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇବା ପାଇଁ ୨ ପଞ୍ଚାୟତର ଗ୍ରାମବାସୀ ମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.