Home ଜିଲ୍ଲା ପରିକ୍ରମା ତାଲିକାଭୁକ୍ତ ଓକିଲ ମାନଙ୍କୁ ତାଲିମ୍ ପ୍ରଦାନ

ତାଲିକାଭୁକ୍ତ ଓକିଲ ମାନଙ୍କୁ ତାଲିମ୍ ପ୍ରଦାନ

7

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ନ୍ୟାୟାଳୟ ପରିସର, ନଳାଙ୍ଗଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତାଲିକାଭୁକ୍ତ ଓକିଲମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଅଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ପୂଣ୍ୟଶ୍ଳୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ତାଲୁକ ଲିଗାଲ ସ୍ତରୀୟ ଆଇନ ସେବା କମିଟି ୩ଟି ଯଥା ଚାନ୍ଦବାଲି, ବାସୁଦେବପୁର ଓ ଧାମନଗରର ତାଲିକାଭୁକ୍ତ ଓକିଲମାନେ ଅନ୍‌ଲାଇନ ମାଧ୍ୟମରେ ଯୋଗଦେଇ ତାଲିମ୍ ପ୍ରାପ୍ତ ହୋଇଥିଲେ। ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମରେ ଓକିଲ ମାନଙ୍କର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଭୂମିକା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର କର୍ମୀଗଣ ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସହଯୋଗ କରି ସଫଳ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.