Home Coronavirus Outbreak ତାଞ୍ଜାନିଆରୁ ଦିଲ୍ଲୀ ଆସିଲା ଓମିକ୍ରନ୍‌ର ପ୍ରଥମ ମାମଲା

ତାଞ୍ଜାନିଆରୁ ଦିଲ୍ଲୀ ଆସିଲା ଓମିକ୍ରନ୍‌ର ପ୍ରଥମ ମାମଲା

98

ନୂଆଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) : ଓମିକ୍ରନ୍‌ ସମଗ୍ର ବିଶ୍ୱକୁ ଭୟଭୀତ କରାଇଲାଣି। ଏଭଳି ପରିସ୍ଥିତିରେ ଦିଲ୍ଲୀର ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ପ୍ରଥମ ମାମଲା ଦିଲ୍ଲୀ ଲୋକଙ୍କର ଚିନ୍ତା ବଢ଼ାଇ ଦେଇଛି।

ସୂଚନାଯୋଗ୍ୟଯେ, ଓମିକ୍ରନ୍ ସଂକ୍ରମିତ ପ୍ରଥମ ବ୍ୟକ୍ତି ନିକଟରେ ତାଞ୍ଜାନିଆରୁ ଦିଲ୍ଲୀ ଆସିଥିଲେ। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଲୋକନାୟକ ହସ୍ପିଟାଲ (LNJP) ରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗର ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି ଯେ, ବିଦେଶରୁ ଆସିଥିବା ୧୨ ଜଣଙ୍କ ନମୁନାକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ପଠାଯାଇଛି, ସେଥିମଧ୍ୟରୁ ଗୋଟିଏ ନମୁନାରେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ସଂକ୍ରମିତ ରୋଗୀ ଭାରତୀୟ ଏବଂ ତାଞ୍ଜାନିଆରୁ ଫେରି ଆସିଥିଲେ। ଏହି ସମୟରେ ରୋଗୀ ଗତ କିଛି ଦିନ ମଧ୍ୟରେ କେଉଁ ସ୍ଥାନକୁ ଯାତ୍ରା କରିଛନ୍ତି ଏବଂ କାହା ସହିତ ଯୋଗାଯୋଗ କରିଛନ୍ତି ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି।

ଦେଶରେ ଆଜି ମହାରାଷ୍ଟ୍ରରୁ ୭ ନୂଆ ଓମିକିରନ ମାମଲା : ମୋଟ ସଂଖ୍ୟା ୧୨ ରେ ପହଁଚିଲା

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଓମିକ୍ରନ୍ ର ଏହା ହେଉଛି ପଞ୍ଚମ ମାମଲା। ଏହା ପରେ ଆଜି ସନ୍ଧ୍ୟାରେ ମହାରାଷ୍ଟରୁ ୭ ମାମଲା ଆସିବା ପରେ ମୋଟ ମାମଲା ୧୨ରେ ପହଁଚିଛି।

ଏହାପୂର୍ବରୁ କର୍ଣ୍ଣାଟକରେ ୨ ଟି, ଗୁଜୁରାଟର ଜାମନଗରରେ ଏବଂ ମହାରାଷ୍ଟ୍ରର ଡୋମ୍ବିଭଲିରେ ୨ ଟି ଓମିକ୍ରନ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା। ଦିଲ୍ଲୀରେ ୧ ଓମିକ୍ରନ୍ ସଂକ୍ରମିତ ମାମଲା ପରେ ଏହି ସଂଖ୍ୟା ସମଗ୍ର ଦେଶରେ ପାଞ୍ଚକୁ ବୃଦ୍ଧି ପାଇଥିଲା କିନ୍ତୁ ମହାରାଷ୍ଟ୍ରରୁ ପୁନଃ ୭ ନୂଆ ମାମଲା ଚିହିନଟ ହେବା ପରେ ଏବେ ସଂଖ୍ୟା ୧୨ରେ ପହଁଚିଛି।

ଉଭୟ ଡୋଜ ନେଇଥିଲେ ରୋଗୀ
LNJP ମେଡିକାଲ ଅଧୀକ୍ଷକ ଡକ୍ଟର ସୁରେଶ କୁମାର କହିଛନ୍ତି ଯେ, ତାଞ୍ଜାନିଆରୁ ଆସିଥିବା ଓମିକ୍ରନ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି ଏବଂ ସେ ଉଭୟ ଡୋଜ ନେଇଛନ୍ତି। ଏହି କାରଣରୁ ତାଙ୍କର ସାମାନ୍ୟ ଲକ୍ଷଣ ରହିଛି ଏବଂ ସେ ଅସୁସ୍ଥତା, ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେଥିପାଇଁ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ନୁହେଁ। ବର୍ତ୍ତମାନ ତାଙ୍କୁ ଏକ ଅଲଗା ୱାର୍ଡରେ ଅଲଗା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.