Home ଜିଲ୍ଲା ପରିକ୍ରମା ତହସିଲଦାରଙ୍କ ଦ୍ୱାରା ୩ ବେଆଇନ୍ ମାଟି ବୋଝେଇ ଟ୍ରାକ୍ଟର ଜବତ

ତହସିଲଦାରଙ୍କ ଦ୍ୱାରା ୩ ବେଆଇନ୍ ମାଟି ବୋଝେଇ ଟ୍ରାକ୍ଟର ଜବତ

25

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳର ବିଭିନ୍ନ ସରକାରୀ ଓ ଗୋଚର ଜାଗାରୁ କେତେକ ବାଲି ଓ ମାଟି ମାଫିଆମାନେ ଅହରହ ଭାବେ ବେଆଇନ୍ ଭାବେ ଟ୍ରାକ୍ଟର ଓ ଟ୍ରକ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ମାଟି ଚୋରାରେ ବିକ୍ରି କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନଥିବାବେଳେ ମାଟି ମାଫିଆମାନେ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କି ଲାଲେଲାଲ ହେଉଛନ୍ତି । ଆଜି ଖଡ଼ିପଦା ପଂଚାୟତର ବାଲିକୁରିପାଟରୁ ବେଆଇନ୍ ଭାବରେ ଟ୍ରାକ୍ଟର ମାଧ୍ୟମରେ ଚୋରାମାଟି ଚାଲାଣ ହେଉଥିବାବେଳେ ଧାମନଗରର ଅତିରିକ୍ତ ତହସିଲଦାର ଅନୁପ କୁମାର ବେହେରା ତିନୋଟି ମାଟି ବୋଝେଇ ଟ୍ରାକ୍ଟରକୁ ଜବତକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.