Home ଜିଲ୍ଲା ପରିକ୍ରମା ତଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ତଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

8

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ଧଗାଁ ଅନ୍ତର୍ଗତ ତଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପଂଚାୟତର ପୂର୍ବତନ ସମିତି ସଦସ୍ୟ ଚନ୍ଦ୍ରକାନ୍ତ ମହାପାତ୍ର,ସମ୍ମାନିତ ଅତିଥି ଭାବେ କ୍ଲଷ୍ଟରର ସି ଆର ସି ସି ସନ୍ତୋଷ ସେଠୀ,ନଟବର ରାଉତ, ମନୋରଞ୍ଜନ ରାଉତ,ବିଦ୍ୟାଳୟର ସଭାପତି ତପନ କୁମାର ରାଉତ,ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନୁସୟା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଷାଠିଏ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଖେଳ ପାଇଁ କପ୍ ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଭଲକ୍ଷ୍ମି ମଲ୍ଲିକ,ଦିପ୍ତିରେଖା ପତି ସହଯୋଗ କରିଥିବା ବେଳେ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.