Home ଜିଲ୍ଲା ପରିକ୍ରମା ତଳଦପା ଗାଁର ବାସନ୍ଦ ପରିବାକୁ ମିଳୁନି ନ୍ୟାୟ,୩୧ରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରିବେ ଅନଶନ

ତଳଦପା ଗାଁର ବାସନ୍ଦ ପରିବାକୁ ମିଳୁନି ନ୍ୟାୟ,୩୧ରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରିବେ ଅନଶନ

19

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ବାରସର ପଞ୍ଚାୟତ ଅଧୀନ ତଳଦପା ଗାଁରେ ବାସନ୍ଦ ହୋଇଥିବା ଏକ ପରିବାରକୁ ପୋଲିସ ନ୍ୟାୟ ଦେଉନଥିବା ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ବିଭିନ୍ନ ସମୟରେ ଘଟଣା ସମ୍ପର୍କରେ ପୀରହାଟ ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ଏସପିଙ୍କ ପର୍ଯ୍ୟନ୍ତ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ କ୍ଷ ନ୍ୟାୟଦାବିରେ ସେହି ପରିବାରର ସଦସ୍ୟମାନେ ୩୧ତାରିଖ ଠାରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି କ୍ଷ ଅଭିଯୋଗରୁ ପ୍ରକାଶ ଯେ,ତଳଦପା ଗ୍ରାମର ତରୁଣ ମଳିକଙ୍କ ପୁଅ ବିଷ୍ଣୁମୋହନ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ତାଙ୍କ ଉପରେ ୧ଲକ୍ଷ ଟଙ୍କା ଜୋରିମାନା କରିଥିଲେ କ୍ଷ ମାତ୍ର ବିଷ୍ଣୁମୋହନ ଟଙ୍କା ଦେଇ ନପାରିବାରୁ ଗତ ମାସ ୯ତାରିଖରେ ତାଙ୍କ ପରିବାରକୁ ଏକଘରକିଆ କରି ବାସନ୍ଦ କରାଯାଇଥିଲା କ୍ଷ ତାଙ୍କ ପରିବାର ସହ ମିଳାମିଶା କରିବାକୁ ଏପରିକି ଗ୍ରାମରେ ସେ କରିଥିବା ତେଜରାତି ଦୋକାନକୁ ଗ୍ରାମଲୋକ ଯିବାକୁ ବାରଣ କରାଯାଇଥିଲା କ୍ଷ ପ୍ରତି ଘରକୁ ଡାଙ୍ଗୁଆ( ଖବର ପାଇଁ ନିଯୁକ୍ତ ବ୍ୟକ୍ତି) ପଠାଯାଇ ବିଷ୍ଣୁମୋହନ ପରିବାର ସହ ମିଳାମିଶା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି କ୍ଷ ଏଥିରେ ଯିଏ ଖିଲାପ କରିବ ସେ ୫୦ହଜାର ଟଙ୍କା ଜୋରିମାନା ଦେବ ବୋଲି ନୟମ କରାଯାଇଥିଲା। ବିଷ୍ଣୁମୋହନଙ୍କ ପରିବାରକୁ ଭୟଭୀତ କରାଯିବା ସହ ତାଙ୍କ ଜମିରୁ ଧାନ କାଟି ନିଆଯିବ ବୋଲି ଧମକ ଦିଆଯାଇଛି କ୍ଷ ତେବେ ବିଷ୍ଣୁମୋହନ ଏ ସମ୍ପର୍କରେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଅନଯିବା ଅତ୍ୟନ୍ତ ଦୁଃଖର ଓ ପରିତାପର ବିଷୟ ବୋଲି ଆଲୋଚନା କରାଯାଉଛି କ୍ଷ ଏସମ୍ପର୍କରେ ଗତ ମାସ ୧୮ତାରିଖରେ ବିଷ୍ଣୁମୋହନ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ କ୍ଷ ପୁଣି ସେ ଗତ ୧୭ ତାରିଖରେ ଏଏସପିଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ କ୍ଷ ମାତ୍ର କୌଣସି ପଦକ୍ଷେପ ନିଆ ନଯିବାରୁ ସେ ପୁଣିଥରେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରି ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି କ୍ଷ ସୂଚନା ଯୋଗ୍ୟ ଯେ ବିଷ୍ଣୁମୋହନଙ୍କ ପରିବାର ଗ୍ରାମର ଏକ ଜାଗାରେ ମାଟି ପକାଇଥିବା ବେଳେ ଗ୍ରାମର ଅନ୍ୟ କିଛି ଲୋକ ସେଠାରେ ଘର କରିବାକୁ ବଳପୁର୍ବକ ଉଦ୍ୟମ କରିଥିଲେ କ୍ଷ ଏସମ୍ପର୍କରେ ବିଷ୍ଣୁମୋହନ ପୀରହାଟ ଥାନାରେ ଅଭିଯୋଗ କରିଥିଲେ କ୍ଷ ତେବେ ସେହି ବ୍ୟକ୍ତିମାନେ ଗ୍ରାମଲୋକଙ୍କୁ ଏକଜୁଟ କରି ବିଷ୍ଣୁମୋହନଙ୍କ ପରିବାରକୁ ବାସନ୍ଦ କରିଥିଲେ କ୍ଷ ତେବେ ଆଇଆଇସି ରୋଜାଲିନ ବେହେରା ଛୁଟିରେ ଅଛନ୍ତି। ଭାରପ୍ରାପ୍ତ ଆଇଆଇସି ସ୍ନିଗ୍ଧାରଶ୍ମି ସାହୁ କହିଛନ୍ତିଯେ,ସେ ଘଟଣା ସମ୍ପର୍କରେ ଅବଗତ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.