Home ଜିଲ୍ଲା ପରିକ୍ରମା ତଳକାଁପଡ଼ା ଗ୍ରାମରେ ନଳକୂପରେ ଗାଧୋଇବା ଓ ପାଣିନେବାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ତଳକାଁପଡ଼ା ଗ୍ରାମରେ ନଳକୂପରେ ଗାଧୋଇବା ଓ ପାଣିନେବାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

19

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା କାଁପଡ଼ା ପଂଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ଏକ ନଳକୂପରେ ଗାଧୋଇବା ଓ ପାଣିନେବାକୁ କେନ୍ଦ୍ର କରି ଗଣ୍ଡଗୋଳ ଉପୁଜିଥିଲା । ଏ ସମ୍ପର୍କରେ ଗ୍ରାମର ରେବତୀ ଦାସ ନାମ୍ନୀ ଜଣେ ମହିଳା ଅଭିଯୋଗ କରିବା ପରେ ପୁଲିସ ୩୪୧/୨୪ରେ ଏକ ମକଦ୍ଦମା ରୁଜୁ କରି ସେହି ଗ୍ରାମର ମାନସ ଦାସ ନାମକ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୋଗରୁ ପ୍ରକାଶ ଯେ, ତଳକାଁପଡ଼ା ଗ୍ରାମରେ ଏକ ନଳକୂପ ରହିଛି । ଏହି ନଳକୂପରେ ଗ୍ରାମର କୌଣସି ପୁରୁଷ ଓ ମହିଳା ନଗାଧୋଇବା ଓ ଲୁଗାପଟା ସଫା ନକରିବା ନେଇ ଗ୍ରାମରେ ନିଷ୍ପତି ହୋଇଥିଲା । ମାତ୍ର ଗ୍ରାମର ଲୀଳାବତୀ ଦାସ ନାମ୍ନୀ ଜଣେ ମହିଳା ନଳକୂପରେ ୨୨ ତାରିଖ ସକାଳେ ଗାଧୋଉଥିବା ସମୟରେ ସେହି ଗ୍ରାମର ରେବତୀ ଦାସ ନାମ୍ନୀ ଜଣେ ମହିଳା ବାଲଟି ନେଇ ପାଣି ଆଣିବାକୁ ଯାଇଥିଲେ । ନଳକୂପରେ ଗାଧୋଉଥିବା ଲୀଳାବତୀଙ୍କୁ ରେବତୀ ଟିକେ ଘୁଂଚିଯାଇ ଗାଧୋଇବାକୁ କହିଥିଲେ । ନଳକୂପରେ ଗାଧୋଉଥିବା ଲୀଳାବତୀ ରେବତୀଙ୍କ ବାଲଟିକୁ ଫିଙ୍ଗି ଦେଇଥିଲା । ରେବତୀ ଏହାର ପ୍ରତିବାଦ କରିବାରୁ ଲୀଳାବତୀ ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କୁ ଡକାଇଥିଲେ । ସେମାନେ ସେଠାରେ ପହଂଚି ରେବତୀଙ୍କୁ ଗାଳିଗୁଲଜ କରୁଥିବା ବେଳେ ରେବତୀଙ୍କ ସ୍ୱାମୀ ସୁବ୍ରତ ସେଠାରେ ପହଂଚି ପ୍ରତିବାଦ କରିଥିଲେ । ଏହି ସମୟରେ ଲୀଳାବତୀଙ୍କ ପରିବାର ସଦସ୍ୟ ବୁଦ୍ଧିରାମ ଦାସ, ମାନସ ଦାସ, ନକୁଳ ଦାସ, ପ୍ରଭାତ ଦାସ ସେଠାରେ ପହଂଚି ରେବତୀଙ୍କ ସ୍ୱାମୀ ସୁବ୍ରତ ଦାସଙ୍କୁ ଆକ୍ରମଣ କରିବା ସହିତ ଗାଳି ଗୁଲଜ କରି ଧମକ ଚମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.