Home ଜିଲ୍ଲା ପରିକ୍ରମା ତଳକାଁପଡ଼ା ଗାଁ ବୋମାମାଡ଼ ଘଟଣାରେ ୪ଗିରଫ

ତଳକାଁପଡ଼ା ଗାଁ ବୋମାମାଡ଼ ଘଟଣାରେ ୪ଗିରଫ

12

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା କାଁପଡ଼ା ପଂଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ବୋମାମାଡ଼ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ରବିବାର ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ତଳକାଁପଡ଼ା ଗ୍ରାମର ବିଶ୍ୱନାଥ ମଳିକ, ଅରୁଣ ଦାସ, ଅଭୟ ଦାସ ଓ ପ୍ରତାପ ଦାସ । ସୂଚନାଯୋଗ୍ୟ ଯେ ଗତ ୧୬ତାରିଖ ରାତିରେ ପୂର୍ବଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ବୋମାମାଡ ହୋଇଥଲ। ବୋମାମାଡ଼ ହେବାରୁ ଉଭୟ ପକ୍ଷର ୧୪ ଜଣ ଆହତ ହୋଇଥିଲେ । ପରେ ଏହି ଘଟଣାକୁ ନେଇ ତିହିଡି଼ ଥାନାରେ ପୋଲିସ ପକ୍ଷରୁ ଏକ ମକଦ୍ଦମା (ନଂ ୧୪୫/୨୫)ରୁଜୁ ହୋଇଥିଲା । ଉଭୟ ପକ୍ଷର ଅଭିଯୋଗ କ୍ରମେ ପୋଲିସ ( ୧୪୬ ଓ ୧୪୭/ ୨୫) ୨ଟି ପୃଥକ ମାମଲା ମଧ୍ୟ ରୁଜୁ କରି ତଦନ୍ତ ଚଳାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.