Home ଓଡ଼ିଶା ତତଲାଗଡ଼ରେ ସାତ ଦିନରେ ୧୦ ଜଣ ଅଂଶୁଘାତର ଶିକାର – ଅଂଶୁଘାତ କକ୍ଷର ବ୍ୟବସ୍ଥା ନାହିଁ...

ତତଲାଗଡ଼ରେ ସାତ ଦିନରେ ୧୦ ଜଣ ଅଂଶୁଘାତର ଶିକାର – ଅଂଶୁଘାତ କକ୍ଷର ବ୍ୟବସ୍ଥା ନାହିଁ କି ଜଳଛତ୍ର ବ୍ୟବସ୍ଥା ନାହିଁ – ପ୍ରଶାସନ ନିରବ ଦ୍ରଷ୍ଟା

153

ବଲାଙ୍ଗୀର ୨୫-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଟିଲାଗଡ଼ ବର୍ତ୍ତମାନ ସାରା ରାଜ୍ୟରେ ଉତ୍ତପ୍ତ ସହର ଭାବେ ପରିଚିତ ଥିବା ବେଳେ ପ୍ରଶାସନ ତରଫରୁ ଅଂଶୁଘାତ କକ୍ଷର ବ୍ୟବସ୍ଥା କରା ନ ଯାଇଥିବା ନେଇ ଜନସେବା ସଙ୍ଘ ତରଫରୁ ଗୁରୁତର ଅଭିଯୋଗ ହୋଇଛି। ଗତ ସାତ ଦିନ ମଧ୍ୟରେ ୬ ଜଣ ଅଂଶୁଘାତର ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ଏବେ ୪ ଜଣ ଅଂଶୁଘାତ ଆକ୍ରାନ୍ତ ଭର୍ତ୍ତି ହୋଇ ରହି ଚିକିତ୍ସିତ ହେଉଛନ୍ତି। ଆଖ, ପାଖ ଅଞ୍ଚଳ ଏପରି କି କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମବାସୀ ଏହି ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଏହି ଉପଖଣ୍ଡ ଅଞ୍ଚଳରେ ଅନେକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ପ୍ରାଥମିକ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଅବସ୍ଥାରେ ଅନେକଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇ ଆସିଥାନ୍ତି। ପ୍ରଶାସନ ତରଫରୁ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ତୁରନ୍ତ ଅଂଶୁଘାତ କକ୍ଷର ବ୍ୟବସ୍ଥା କରାଯିବା ଓ ବିଭିନ୍ନ ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରାଯିବା ନେଇ ଜନସେବା ସଂଘ ତରଫରୁ ଦୃଢ଼ ଦାବି କରାଯାଇଛି। ସେହିପରି ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିବା ବେଳେ ଡାକ୍ତର ଖାନାର ଜେନେରେଟର ଅଚଳ ହୋଇ ପଡି ରହିଥିବା ବେଳେ ଗରମରେ ରୋଗୀ ଓ ସମ୍ପର୍କୀୟ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.