ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରସ୍ୱତୀ ବିହାରର ଅଧ୍ୟକ୍ଷ ତଥା ବିଶ୍ୱସଂସ୍କୃତ ସଂଗଠନର ସଭାପତି ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଡଃ ସଦାନନ୍ଦ ଦୀକ୍ଷିତଃ ଓଡ଼ିଶା ବ୍ରାହ୍ମଣ ମହାସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗତ ୨୧ ଓ ୨୨ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ରାଷ୍ଟ୍ରୀୟ ବ୍ରାହ୍ମଣ ସମ୍ମିଳନୀରେ ସଭାପତିତ୍ୱ କରି ଡ଼ ଦୀକ୍ଷିତ ବିଶାଳ ବ୍ରାହ୍ମଣ ସମାଜକୁ ସାମାଜିକ ସମରସତା ରକ୍ଷାରକି କ୍ରମଶଃ ଗରିବ ହୋଇଯାଉଥିବା ବ୍ରାହ୍ମଣ ଜାତିର ବିକାଶ ପାଇଁ ଆହ୍ୱାନ ଦେଇଥିଲେ। ଉଡ଼ୁପି, କର୍ଣ୍ଣାଟକର ବିଶ୍ୱଂ ପ୍ରସିଦ୍ଧ ଜଗତ୍ଗୁରୁ ସୁଗୁଣେନ୍ଦ୍ରତୀର୍ଥ ବ୍ରାହ୍ମଣ ସମ୍ମିଳନୀକୁ ଉଦ୍ଘାଟନ କରି ବ୍ରାହ୍ମଣମାନେ ନଷ୍ଟମୁଖୀ ବିଶ୍ୱମାନବସମାଜର ରକ୍ଷାକବଚ ବୋଲି ଅଭିହିତ କରିଥିଲେ। ଓଡ଼ିଶା ଓ ବାହାର ରାଜ୍ୟରୁ ସମବେତ ସହସ୍ରାଧିକ ବ୍ରାହ୍ମଣମାନେ ବ୍ରାହ୍ମଣ ସାମାଜିକ ଓ ଧାର୍ମିକ ନେତୃତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଭଦ୍ରକରୁ ପ୍ରକାଶ ପାଉଥିବା ବ୍ରହ୍ମସନ୍ଦେଶ ପତ୍ରିକାର ବିଶେଷାଙ୍କକୁ ମୁଖ୍ୟାତିଥି ପଦ୍ମଶ୍ରୀ ଡକ୍ଟର ଅଶୋକ କୁମାର ମହାପାତ୍ର ଲୋକାର୍ପିିତ କରିଥିଲେ। ପୂଜ୍ୟ ସ୍ୱାମୀ ସୁଗୁଣେନ୍ଦ୍ରତୀର୍ଥ ଓଡ଼ିଶା ବ୍ରାହ୍ମଣ ମହା ସଂଘର ନିର୍ବାଚିତ ୨୮ ଜଣ କର୍ମକର୍ତାଙ୍କୁ ବେଦ, ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ସହିତ ଭାରତକୁ ବିଶ୍ୱଗୁରୁ କରାଇବାରେ ବ୍ରାହ୍ମଣ ମାନଙ୍କର ଅବଦାନକୁ ସ୍ମରଣ କରାଇଥିଲେ। ଏହି ଅବସରରେ ପୁରୀଠାରେ ୮ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଶ୍ରୀକ୍ଷେତ୍ର ବ୍ରାହ୍ମଣ ଭବନର ଶିଳାନ୍ୟାସ ପୂଜ୍ୟସ୍ୱାମିଜୀ କରିଥିଲେ ଏବଂ ଡଃ ସଦାନନ୍ଦ ଦୀକ୍ଷିତଃ ସଭାପତିତ୍ୱ କରିଥିଲେ। ରାଷ୍ଟ୍ରିୟ ମହାସମ୍ମେଳନରେ ଭଦ୍ରକ ଜିଲ୍ଲା ଶାଖାର ସଭାପତି ଶ୍ରୀମନ୍ଦରଧର ଦୀକ୍ଷିତଙ୍କ ନେତୃତ୍ୱରେ ଶତାଧିକ ବ୍ରାହ୍ମଣବନ୍ଧୁ ଯୋଗଦେଇଥିଲେ।
Home ଜିଲ୍ଲା ପରିକ୍ରମା ଡ.ସଦାନନ୍ଦ ଦୀକ୍ଷିତଃ ଓଡ଼ିଶା ବ୍ରାହ୍ମଣ ମହାସଂଘର ସଭାପତି ନିର୍ବାଚିତ, ଭାରତକୁ ବିଶ୍ୱଗୁରୁ କରିବାରେ ବ୍ରାହ୍ମଣ ସଂଗଠନ...








