Home ଜିଲ୍ଲା ପରିକ୍ରମା ଡ୍ରେନେଜ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଡ୍ରେନେଜ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

2

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭଦ୍ରକ ଡ୍ରେନେଜ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟକୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନ ଅବସରରେ ବିଧାୟକ ଶ୍ରୀ ମହାପାତ୍ର ଡ୍ରେନେଜ୍ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ କାର୍ଯ୍ୟକାରିତାରୁ ଉପୁଜିଥିବା ସମସ୍ୟା ଗୁଡିକ ସଂପର୍କରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ବେହେରାଙ୍କ ସହ ଆଲୋଚନା କରିଥିଲେ। ଉଦ୍‌ଘାଟନ ଉତ୍ସବରେ ଭଦ୍ରକ ଆସିଷ୍ଟାଂଟ ଏକ୍‌ଜିକୁଟିଭ୍ ଇଂଜିନିୟର ଜ୍ଞାନଦତ ରାଉତ, ଚାନ୍ଦବାଲି ଏସ୍‌ଡିଓ ସମ୍ବିତ କୁମାର ଶିଅଳ, ମାର୍କୋଣା ଏସ୍‌ଡିଓ ପ୍ରଦୀପ୍ତ ମଲ୍ଲିକ, ଏଷ୍ଟିମେଟର ଶ୍ରୀପତି କରଣ, ବିଭାଗୀୟ ଯନ୍ତ୍ରୀ ଶଙ୍କର୍ଷଣ ମଣ୍ଡଳଙ୍କ ସମେତ ଡ୍ରେନେଜ୍ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.