Home ଜିଲ୍ଲା ପରିକ୍ରମା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଶୁଭାରମ୍ଭ

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଶୁଭାରମ୍ଭ

60

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ଯେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ଯୋଜନାର ଶୁଭାରମ୍ଭ ହୋଇଛି । ସୁଜଳ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଓ ପୁରୀରେ ୧୨ଟି ସ୍ଥାନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲୋକାର୍ପିତ ହୋଇଛି । ଏହି ଯୋଜନାରୁ ଏହି ୨ ସହରରେ କେବଳ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସମୃଦ୍ଧ ଅର୍ଥନୀତି ପାଇଁ ସୁସ୍ଥ ଜୀବନ ନିହାତି ଦରକାର । ସୁସ୍ଥ ଜୀବନ ପାଇଁ ଶୁଦ୍ଧ ପିଇବା ପାଣି ଅତ୍ୟନ୍ତ ଜରୁରୀ । ଟ୍ୟାପ୍‌ରୁ ପିଇବା ପାଣି ଯୋଗୁଁ ପୁରୀରୁ ପ୍ଲାଷ୍ଟିକ୍ ଆବର୍ଜନା କମିବ । ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳର ପ୍ରତି ଘରକୁ ପିଇବା ପାଣିରେ ଓଡ଼ିଶା ଦେଶର ପ୍ରଥମ ହେବ । ଏହାବ୍ୟତୀତ ଏହି ଯୋଜନାରେ ଭୁବନେଶ୍ୱର, ପୁରୀ, ରାଉରକେଲା ଓ ବ୍ରହ୍ମପୁରରେ ୩ ଲକ୍ଷ ଗୃହକୁ ପାନୀୟ ଜଳ ମିଟର ସଂଯୋଗ କରାଯାଇଛି । ଏହି ଯୋଜନାରେ ଭୁବନେଶ୍ୱର, ଗୋପାଳପୁର, ଦିଗପହଣ୍ଡି ସ କାଶୀନଗରରେ ଶତ ପ୍ରତିଶତ ଗୃହକୁ ପାନୀୟ ଜଳ ଯୋଗାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.