Home ଜିଲ୍ଲା ପରିକ୍ରମା ଡ୍ରାଇଭର ସଂଘ ସହ ବିଧାୟକ ସଂଜୀବ ମଲ୍ଲିକଙ୍କ ଆଲୋଚନା

ଡ୍ରାଇଭର ସଂଘ ସହ ବିଧାୟକ ସଂଜୀବ ମଲ୍ଲିକଙ୍କ ଆଲୋଚନା

17

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନେରଡା ଗ୍ରାମ ପଂଚାୟତ ଠାରେ ଓଡ଼ିଶା ଡ୍ରାଇଭର ସଂଘର ଆନ୍ଦୋଳନ ଷ୍ଟେରିଙ୍ଗି ଛାଡ ଆନ୍ଦୋଳନ ଚାଲିଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଧାରଣ ସ୍ଥଳରେ ପହଂଚି ଆନ୍ଦୋଳନରେ ଉପସ୍ଥିତ ଥିବା ଗାଡ଼ି ଚାଲକ ମାନଙ୍କୁ ଭେଟିଥିଲେ। ଏବଂ ସେମାନଙ୍କ ସମସ୍ୟା ବା ଦାବି ସମ୍ପର୍କରେ ଆଲୋଚନା କରିବା ସହ ଡ଼୍ରାଇଭର ସଂଘର ସମସ୍ୟା ର ସମାଧାନ ପାଇଁ ରାଜ୍ୟ ସରକାର ତଥା ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ସହିତ ଆଲୋଚନା କରିବେ ବୋଲି କହିଥିଲେ। ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ଭଣ୍ଡାରିପୋଖରୀ ବ୍ଲକ୍ ବିଜୁ ଜନତା ଦଳର ସଭାପତି ଙ୍କ ସମେତ ଯୁବ ଛାତ୍ର ଜନତା ଦଳର ସଭାପତି ଓ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.