ବଲାଙ୍ଗୀର, ୦୧-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲ୍ଲା ସଭାପତି ଅଚ୍ୟୁତ ସେଠଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜିଲ୍ଲାପାଳ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଏକ ୧୦ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ସମାଜରେ ଡ୍ରାଇଭରମାନଙ୍କ ଜୀବନ ଜୀବିକା ଓ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନଙ୍କୁ ନ୍ୟାୟ ଯୋଗାଇ ଦେବା ପାଇଁ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ, ପ୍ରତି ୧୦୦କିମି.ରେ ଗାଡି ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ ଗୃହ ସ୍ଥାପନ, ୫୫ ବର୍ଷ ପରେ ଡ୍ରାଇଭରମାନଙ୍କୁ ପେନସନ ପ୍ରଦାନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କ ପାଇଁ ୨୦ ଲକ୍ଷ ଓ ଅକର୍ମଣ୍ୟ ହୋଇଯାଉଥିବା ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମା ରାଶି ଓ ୫ ଲକ୍ଷ ପର୍ୟ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦେବା, ଡ୍ରାଇଭରମାନଙ୍କ ପାଇଁ ସମୟ ସୀମା ଧାର୍ୟ୍ୟ କରିବା ଆଦି ୧୦ ଦଫା ଦାବି ରହିଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକରୁ ମହାସଂଘର କାର୍ୟ୍ୟକର୍ତା ଯୋଗଦାନ କରିଥିଲେ।
Home ଜିଲ୍ଲା ପରିକ୍ରମା ଡ୍ରାଇଭରମାନଙ୍କୁ ସ୍ୱତନ୍ତ୍ର ସୁଵିଧା, ସୁଯୋଗ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ