Home ଜିଲ୍ଲା ପରିକ୍ରମା ଡ୍ରପ୍‌ଆଉଟ୍ ହ୍ରାସ ପାଇଁ କର୍ମଶାଳା

ଡ୍ରପ୍‌ଆଉଟ୍ ହ୍ରାସ ପାଇଁ କର୍ମଶାଳା

16

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାର ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ୍ ସଂଖ୍ୟା ହ୍ରାସ ପାଇଁ ଆଜି ବାଗୁରାଇ ହାଇସ୍କୁଲରେ ଏକ କର୍ମଶାଳା “ଆସ ସ୍କୁଲ ଯିବା” ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିଲ୍ଲୀପ ରାଉତରାଏ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧାରୁ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ସଂଖ୍ୟା ବୃଦ୍ଧିକୁ ହ୍ରାସ କରିବା ପାଇଁ ଶିକ୍ଷାନୁଷ୍ଠାନ ଗୁଡିକର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉଦ୍ୟମ ଜାରି ରଖନ୍ତୁ। ଅନ୍ୟପକ୍ଷରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆରସିସି) ମାନେ ଏହି କାର୍ଯ୍ୟକ୍ରମକୁ ନେଇ ଅଭିଭାବକ ମାନଙ୍କୁ ଭେଟି ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ କ୍ଲଷ୍ଟରରେ ଏକ କମିଟି କରାଯିବା ପାଇଁ ଅନୁଷ୍ଠିତ କର୍ମଶାଳାରେ ନିଷ୍ପତି ନିଆଯାଇଛି। ବିଶେଷକରି ଯେଉଁ ବିଦ୍ୟାଳୟରେ ଡ୍ରପଆଉଟ୍ ଅଛନ୍ତି, କମିଟିର ସଦସ୍ୟ/ସଦସ୍ୟାମାନେ ସେହି ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଭେଟି କାଉନ୍‌ସେଲିଂ ମାଧ୍ୟମରେ ନାମ ଲେଖାଇବା ପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ ଜାରି ରଖିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ମାଟ୍ରିକ୍ ପରେ ଯେଉଁ ପିଲାମାନେ ପାଠପଢା ଛାଡୁଛନ୍ତି, ସେମାନଙ୍କୁ ପଲି ଟେକନିକ୍‌, ଆଇଟିଆଇ, ସ୍କିଲ ଇଣ୍ଡିଷ୍ଟ୍ରି, ସ୍କିଲ ଇଣ୍ଡିଆ ଭଳି ଧନ୍ଦାମୂଳକ ଶିକ୍ଷାରେ ତାଲିମ୍ ଓ ପ୍ରଶିକ୍ଷଣ ନେଇ ଜୀବନ ଜୀବିକା ନିର୍ବାହର ପନ୍ଥା ଅବଲମ୍ବନ କରିବାକୁ ସିଆରସିସି ମାନେ ସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ଅନୁଷ୍ଠିତ ଏହି କର୍ମଶାଳାରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଡାଏଟ୍ ପ୍ରିନ୍ସପାଲ କାର୍ତିକ ଚନ୍ଦ୍ର ରାଉଳ, ଡାଏଟ୍‌ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଅତିରିକ୍ତ ଜିଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ଓ ୧୩୨ ଜଣ ସିଆରସିସି ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.