Home Top News ଡ୍ରଗ୍ସ ମାଫିଆଙ୍କର କାର୍ଯ୍ୟକଳାପ ଅହେତୁକ ଅଭିବୃଦ୍ଧି ରାଜନୈତିକ ଛତ୍ରଛାୟା ଯୋଗୁଁ : ସୁବୋଧକାନ୍ତ ସାହାୟ

ଡ୍ରଗ୍ସ ମାଫିଆଙ୍କର କାର୍ଯ୍ୟକଳାପ ଅହେତୁକ ଅଭିବୃଦ୍ଧି ରାଜନୈତିକ ଛତ୍ରଛାୟା ଯୋଗୁଁ : ସୁବୋଧକାନ୍ତ ସାହାୟ

40

ଭୁବନେଶ୍ୱର ୧.୧୦ (ଓଡ଼ିଆ ପୁଅ) – ଏହି କିଛି ବର୍ଷ ହେଲା ଭାରତ ବର୍ଷରେ ଡ୍ରଗ୍ସ କାରବାରର ଅହେତୁକ ଅଭିବୃଦ୍ଧି ଘଟିଛି ଏବଂ ଏହା ଭାରତବର୍ଷର ଜାତୀୟ ସୁରକ୍ଷା ଓ ନିରାପତା ପ୍ରତି ଘୋର ବିପଦ ସୃଷ୍ଟି କରିଛି। କେନ୍ଦ୍ରରେ ମୋଦି ସରକାରଙ୍କ ସମୟରେ ଡ୍ରଗ୍ସ ମାଫିଆ ମାନେ ହଜାର ହଜାର କିଲୋଗ୍ରାମ ଡ୍ରଗ୍ସ ବିଦେଶରୁ ଭାରତବର୍ଷକୁ ପଠାଉଛନ୍ତି। ଏହା ଦ୍ୱାରା ଭାରତ ବର୍ଷର ଯୁବକମାନଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ଏଥି ସହ ଭାରତ ବର୍ଷର ଜାତୀୟ ସୁରକ୍ଷା ଓ ନିରାପତା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ବର୍ଷର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୁବୋଧକାନ୍ତ ସାହାୟ ଉଦବୋଧନ ଦେଇ କହିଲେ ଯେ ଜୁନ-୯, ୨୦୨୧ ମସିହାରେ ୨୫ ହଜାର କିଲୋଗ୍ରାମର ହେରୋଇନ ଭାରତବର୍ଷକୁ ଆଫଗାନି ସ୍ଥାନରୁ ଇରାନ ଦେଇ ଗୁଜୁରାଟର ଆଦାନୀ ମୁନ୍ଦ୍ରା ପୋର୍ଟ ଦେଇ ଭାରତକୁ ଆସିଥିଲା। ଯାହାର ବଜାର ମୂଲ୍ୟ ୧ଲକ୍ଷ ୭୫ ହଜାର କୋଟି ଟଙ୍କା ଅଟେ। ପୁନଶ୍ଚ ୧୩ ସେପ୍ଟେମ୍ବର ୨୦୨୧ ମସିହାରେ ୩ ହଜାର କିଲୋଗ୍ରାମର ହେରୋଇନ ସେହି ଆଦାନୀ ମୁନ୍ଦ୍ରା ପୋର୍ଟ ଦେଇ ଭାରତକୁ ଆସିଥିଲା। ଯାହାର ବଜାର ମୂଲ୍ୟ ୨୧ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଏହି ସବୁ ହେରୋଇନକୁ ମେସର୍ସ ହାସାନ ହୁସେନ ଲିମିଟେଡ଼ ନାମକ ଆଫଗାନି ସ୍ଥାନର ଏକ ସଂସ୍ଥା ରପ୍ତାନୀ କରିଥିଲା ଏବଂ ଭାରତ ବର୍ଷର ଆସିଟ୍ରେଡିଂ କମ୍ପାନୀ ନାମକ ବିଜୟୱାଡା, ଆନ୍ଧ୍ରପ୍ରଦେଶର ଏହାକୁ ଆମଦାନୀ କରିଛନ୍ତି। ସେପ୍ଟେମ୍ବର ୧୩ ତାରିଖରେ ୩ ହଜାର କିଲୋଗ୍ରାମ ମୁନ୍ଦ୍ରା ପୋର୍ଟରେ ପଂହଚି ଥିଲା ତାହାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଡି.ଆର.ଆଇ ଦ୍ୱାରା ଧରାଯାଇଛି କିନ୍ତୁ ପ୍ରଥମ ୨୫ ହଜାର କିଲୋଗ୍ରାମର ହେରୋଇନ ଏପର୍ଯ୍ୟନ୍ତ ଧରାଯାଇ ନାହିଁ, ତେଣୁ ବସ୍ତୁତଃ ଏହା ବଜାରକୁ ଚାଲିଯାଇଛି। ଏହା ଆସନ୍ତା ଦିନରେ ଭାରତ ବର୍ଷର ଯୁବକମାନଙ୍କୁ ନିଶାଗ୍ରସ୍ତ କରିବା ନିଶ୍ଚିତ। ଏହି ସବୁ ହେରୋଇନ ମୁହଁ ମୁଖା ପାଉଡରର ପଥର ଖଣ୍ଡ ହିସାବରେ ଆଫଗାନୀ ସ୍ଥାନରୁ ଭାରତକୁ ଆମଦାନୀ କରାଯାଇଥିଲା। ସବୁଠାରୁ ଅତି ଚିନ୍ତାଜନକ କଥା କେନ୍ଦ୍ର ସରକାରଙ୍କର ଡିଆରଆଇ ଯେଉଁ ଆସିଟ୍ରେଡିଂ କମ୍ପାନୀର ଦୁଇ ପ୍ରମୁଖ ବ୍ୟକ୍ତି ଯେଉଁମାନଙ୍କୁ ଗିରଫ କରିଛନ୍ତି ସେମାନେ ହେଉଛନ୍ତି ଶ୍ରୀ ସୁଧାକର ମାଛଭାରମ ଏବଂ ତାଙ୍କର ପତ୍ନି ଶ୍ରୀମତୀ ଗୋବିନ୍ଦରାଜୁ ବୈଶାଳୀ ସେମାନେ ଗଣମାଧ୍ୟମ ଆଗରେ ଏବଂ ଡିଆରଆଇ ସମ୍ମୁଖରେ ମାତ୍ର ୪ଲକ୍ଷ ଟଙ୍କା ଏଥିରୁ ତାଙ୍କୁ ମିଳିଛି ବୋଲି ପ୍ରକାଶ କରିଛନ୍ତି। ତାଙ୍କ କମ୍ପାନୀ ଆସିଟ୍ରେଡିଂ ଏକ କମିଶନ ଏଜେଂଟ ବୋଲି ପ୍ରମାଣିତ ହୋଇସାରିଛି। ତେଣୁ ପ୍ରଶ୍ନ ଉଠୁଛି ଏଭଳି ଏକ ଅନାମଧ୍ୟେୟ ଦମ୍ପତି କାହିଁକି ଏବଂ କାହାପାଇଁ ବାରମ୍ବାର ଏତେ ପରିମାଣର ହେରୋଇନ ଆମଦାନୀ କରିଛନ୍ତି? ଏହା ପଛରେ କେଉଁ ଗୃହ ଡ୍ରଗ୍ସ ମାଫିଆମାନେ ରହିଛନ୍ତି ଏବଂ କାହା ଇସାରାରେ ଏ ଡ୍ରଗ୍ସ କାରବାର ଚାଲୁଛି? ସୁତରାଂ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ନିମ୍ନଲିଖିତ ପ୍ରଶ୍ନର ଉତର ଚାହୁଁଛି:

– କାହିଁକି ଜୁନ ୯ ତାରିଖରେ ଗୁଜୁରାଟର ଆଦାନୀ ମୁନ୍ଦ୍ରା ପୋର୍ଟରେ ପଂହଚିଥିବା ୨୫ ହଜାର କିଲୋଗ୍ରାମର ହେରୋଇନ ଧରାଗଲା ନାହିଁ ? ଏହା ଗଲା କୁଆଡ଼େ ?

– ନାରକୋଟ୍ରିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି), ଡାଇରଟରେକ୍ଟ ଅଫ ରେଭେନ୍ୟୁ ଇଂଟେଲିଜେନ୍ସ (ଡିଆରଆଇ), ଏନଫ୍ରୋସମେଂଟ ଡିରୋକ୍ଟରେଟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ଭାରତୀୟ ଇଂଟେଲିଜେନ୍ସ ବ୍ୟୁରୋ ଅନୁଷ୍ଠାନ ମାନ ଏ କ୍ଷେତ୍ରରେ ନିଷ୍କ୍ରିୟ କାହିଁକି? ଏମାନେ କ’ଣ ନିଜ କର୍ତବ୍ୟ ହୁଡ଼ି ପ୍ରଧାନମନ୍ତ୍ରୀ ମୋଦିଙ୍କର ରାଜନୈତିକ ପ୍ରତିପକ୍ଷଙ୍କ ଉପରେ ପ୍ରତିଶୋଧ ନେବାରେ ଲାଗିପଡ଼ିଛନ୍ତି?

– ଭାରତବର୍ଷର ଯୁବକ ମାନଙ୍କୁ ସଂପୂର୍ଣ୍ଣ ନଷ୍ଟ କରିଦେବା ପାଇଁ ଏହା ଏକ ଚାଲ କି ?

– ଏହା ସିଧାସଳଖ ଜାତୀୟ ସୁରକ୍ଷା ପ୍ରତି ଏକ ଆହ୍ୱାନ ସୃଷ୍ଟି କରୁ ନାହିଁକି? ଏହି ଡ୍ରଗ୍ସ କାରବାର ସମସ୍ତ ଆଫଗାନିସ୍ଥାନର ତାଲିବାନ ବିଦ୍ରୋହୀ ମାନଙ୍କ ଦ୍ୱାରା ପରିଚାଳିତ।

– କ’ଣ କେନ୍ଦ୍ର ସରକାର ଭାରତବର୍ଷର ଯୁବକମାନଙ୍କୁ ନିଶାଶକ୍ତ କରିବାର ମସୁଧା କରିଛନ୍ତି କି?

– ରାଜନୈତିକ ପୁଷ୍ଠପୋଷକତା ଓ ଭାରତ ସରକାରଙ୍କର ପ୍ରୋତ୍ସାହନ ବିନା ଏଭଳି ଏକ ଡ୍ରଗ୍ସ ନେଟୱାର୍କବ ସମ୍ଭବକି ?

– କାହିଁକି ଆଦାନୀ ମୁନ୍ଦ୍ରା ପୋର୍ଟକୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ କରାଯାଇ ନାହିଁ?

ଏପରି ଏକ ସାଂଘାତିକ ଡ୍ରଗ୍ସ କାରବାରର ପର୍ଦାଫାସ ପାଇଁ ସୁପ୍ରିମକୋର୍ଟର ଦୁଇଜଣ କାର୍ଯ୍ୟକାରୀ ବିଚାରପତିଙ୍କୁ ନେଇ କମିଶନଙ୍କ ଦ୍ୱାରା ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହରା, ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.