କୋରାପୁଟ ୧୯-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ଡୋଲିଆମ୍ବ ଗ୍ରାମକୁ କୋରାପୁଟ ଜଳବିଭାଜିକା ବିଭାଗ ପକ୍ଷରୁ ପୋଷ୍ୟଗ୍ରାମ ଭାବେ ନେଇ ବିକାଶ କାର୍ଯ୍ୟ କରୁଥିବା ବେଳେ ଆଜି ଗ୍ରାମବାସୀମାନଙ୍କୁ ଚେୟାର , ମେଟ ଓ ଶାଢୀ ପ୍ରଦାନ କରାଯାଇଥିବା ଜଣାପଡିଛି ।ଜଳବିଭାଜିକା ପଳ୍ଳ୍ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋଙ୍କ ନିର୍ଦ୍ଦେଶରେ ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ଡୋଲିଆମ୍ବ ଗ୍ରାମକୁ ଯାଇ ୬୦ ଟି ଚେୟାର ଓ ମେଟ ଏବଂ ଏସଏଚଜି ମହିଳାମାନଙ୍କୁ ଶାଢୀ ପ୍ରଦାନ କରିଥିଲେ ବୋଲି ଜଣାପଡିଛି ।ପ୍ରଦାନ ସମୟରେ ପଟ୍ଟାଙ୍ଗୀ ଏସସିଓ ବି.ପ୍ରାଥୋ ସାରଥି ,ଡବ୍ଲୁଏମଟି ମଂଚୁଲତା ପଟନାୟକ ,ଡିଓ ଶୁଭମ ପାତ୍ର ଓ ସମାଜସେବୀ ରଂଜିତ ପାଙ୍ଗୀ ଉପସ୍ଥିତ ଥିଲେ ।