Home ଜିଲ୍ଲା ପରିକ୍ରମା ଡେପୁଟି କଲେକ୍ଟରଙ୍କ ମଣିଷ ପଣିଆ

ଡେପୁଟି କଲେକ୍ଟରଙ୍କ ମଣିଷ ପଣିଆ

11

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣିଷ ପଣିଆ ଏବେବି ବଂଚିଛି। ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ନିକଟରେ। ଶ୍ରୀ ମଣ୍ଡଳ ଅଫିସ୍ କାର୍ଯ୍ୟରେ ହାଇକୋର୍ଟରୁ ଆଜି ଫେରୁଥିବାବେଳେ ଯାଜପୁର ଜିଲା ଛତିଆ ନିକଟରେ ଏକ ବାଇକ୍ ଆରୋହୀ ସମ୍ମୁଖରେ କୁକୁରଟିଏ ଚାଲିଯିବାରୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଗୁରୁତର ଆହତ ହୋଇ ସଡକ ଉପରେ ପଡି ଛଟପଟ ହେଉଥିବାବେଳେ ଶ୍ରୀ ମଣ୍ଡଳ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟରେ ଥାଇ ମଧ୍ୟ ଉକ୍ତ ଯୁବକଟି ପାଖରେ ଗାଡି ଅଟକାଇ ତାକୁ ସ୍ଥାନୀୟ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆଶୁ ଚିକିତ୍ସା କରାଇଥିଲେ। ଦୁର୍ଘଟଣାଗ୍ରସ୍ତ ଯୁବକ ଜଣକ ଭଦ୍ରକର ଇଚ୍ଛାପୁର ଅଂଚଳର ପରିବିନ୍ଧା ମାରାପୁର ଗ୍ରାମର ପ୍ରତାପ ବେହେରାଙ୍କ ପୁତ୍ର ରାଜେଶ (୨୨) ବୋଲି ଜଣାପଡିଛି। ପରେ ଡେପୁଟି କଲେକ୍ଟର ତାଙ୍କୁ ଗାଡିରେ ଆଣି ଭଦ୍ରକରେ ପହଂଚିଥିଲେ। ପୂର୍ବରୁ ଦୁର୍ଘଟଣା ସଂପର୍କରେ ତାଙ୍କ ମା’ ଖବର ପାଇ ଭଦ୍ରକରେ ପହଂଚିବା ପରେ ଡେପୁଟି କଲେକ୍ଟର ଉକ୍ତ ଯୁବକଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଥିଲେ। ଡେପୁଟି କଲେକ୍ଟରଙ୍କ ଏହି ମାନବିକତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.