Home ଜିଲ୍ଲା ପରିକ୍ରମା ଡେଜିନିଙ୍ଗ ଷ୍ଟାର ପତ୍ରିକାକୁ ଉନ୍ମୋଚନ କଲେ ଜିଲ୍ଲାପାଳ

ଡେଜିନିଙ୍ଗ ଷ୍ଟାର ପତ୍ରିକାକୁ ଉନ୍ମୋଚନ କଲେ ଜିଲ୍ଲାପାଳ

10

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସୋଫିଆ ଇଂଲିଶ ମିଡିୟମ ସ୍କୁଲର ୨୨ତମ ବାର୍ଷିକ ଉତ୍ସବ ମା ଦକ୍ଷୀଣେଶ୍ୱରୀ କାଳୀପଡିଆରେ ମୋହା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ମହତ ପୁର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅଥିତି ଭାବେ ବିଡ଼ିଓ ସଂଜୀବ କୁମାର ମହାପାତ୍ର, ସ୍କୁଲର ଚ୍ୟାରମ୍ୟାନ ରଞ୍ଜନ ଦାସ ଓ ଅଧ୍ୟକ୍ଷ ଦାଶରଥି ମିଶ୍ର ପ୍ରମୁଖ ଯୋଗ ଦେଇ ସ୍କୁଲର ଉତରତର କାମନା କରିବା ସହ ଛାତ୍ର ଛାତ୍ରୀଙ୍କ ଉଦସ୍ୟରେ ଅଭିଭାଷଣ ଦେଇଥିଲ, ସ୍କୁଲରେ ଛାତ୍ରୀ ଛତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣରେ ଉପସ୍ଥିତ ଦର୍ଶକ ବିମୁହିତ ହୋଇଥିଲା। ଶେଷରେ ସ୍କୁଲର ବାର୍ଷିକ ପତ୍ରିକା ଡେଜିନିଙ୍ଗ ଷ୍ଟାରକୁ ଉନ୍ମୋଚନ କରିଥିଲେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଏହି କାର୍ଯ୍ୟକ୍ରମକୁ ସ୍କୁଲରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.