Home କୋରାପୁଟ ଡୁମସିଲ ଗ୍ରାମର ୪ ଜଣ ମହିଳା ବାସଗୃହ ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

ଡୁମସିଲ ଗ୍ରାମର ୪ ଜଣ ମହିଳା ବାସଗୃହ ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

508

କୋରାପୁଟ; ତା ୨୪-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବାଲିପେଟା ଗ୍ରାମପଂଚାୟତର ମହିଳାମାନେ ବାସଗୃହ ଯୋଗାଇବା ନିମନ୍ତେ ବ୍ଲକ ପ୍ରଶାସନକୁ ବାରମ୍ବାର ଗୁହାରୀ କଲେ ମଧ୍ୟ ନ ମିଳିବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଥିବା ଜଣାପଡିଛି । ଜିଲ୍ଲାପାଳ ନନ୍ଦପୁର ଗସ୍ତରେ ଥିବାରୁ ଜିଲ୍ଲାପାଳଙ୍କ ଅଫିସରେ ଦାବିପତ୍ର ପ୍ରଦାନ କରି ଘରକୁ ନିରାଶ ହୋଇ ଫେରିଥିବା ଜଣାପଡିଛି ।ଡୁମସିଲ ଗ୍ରାମର ବେଶା କେନ୍ଦ୍ରୁକାଙ୍କ ସ୍ୱାମୀ ୪ ବର୍ଷ ତଳେ ଦେହାନ୍ତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଧବା ଭତା ମିଳି ନ ଥିବା ଅଶାକର୍ମି ଜାନକୀ ଖୋସଲା ଅଭିଯୋଗ କରିଥିଲେ । ଜାତୀୟ ପରିବାର ସହାୟତା ଯୋଜନାରେ ୨୦ ହଜାର ଟଙ୍କା ମିଳିବା କଥା ତାହା ମଧ୍ୟ ମିଳି ନ ଥିବା ସୂଚନା ଦେଇଥିଲେ ।ବେଶା ଏକ କୁଡିଆ ଘରେ ରହୁଥିବା ବେଳେ ପ୍ରଶାସନକୁ ବାରାମ୍ବାର ଗୁହାରୀ କରିବା ସତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ଏକ ବାସଗୃହ ଯୋଗାଇଦେବାକୁ ବେଶା ଦାବି କରିଥିଲେ ।ସେହିପରି ଗ୍ରାମର ଜାମି କେନ୍ଦ୍ରୁକା , ଶୁବ ମଙ୍କମଳକ୍ଟକ୍ଟ ଆଶାକର୍ମି ଜାନକୀ ବାସଗୃହ ଯୋଗାଇ ଦେବାକୁ ଦାବି କରିଥିଲେ ।ରାଜ୍ୟ ସରକାରଙ୍କ ପିଠା ଯୋଜନା ମାଧ୍ୟମରେ ହିତାଧିକାରୀ ପ୍ରାପ୍ୟ ପାଉଥିବା ବେଳେ କିପରି ନାରାୟଣପାଟଣାର ଦୁର୍ଗମ ଅଂଚଳ ଡୁମସିଲ ଗ୍ରାମର ମହିଳାମାନେ ବଂଚିତ ହେଲେ ତାହା ଏବେ ସନେ୍ଦହ ମଧ୍ୟରେ ରହିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.