Home ଜିଲ୍ଲା ପରିକ୍ରମା ଡିସେମ୍ବର ୫ ତାରିଖ ରାଜ୍ୟସ୍ତରୀୟ ଆନ୍ଦୋଳନ ପାଇଁ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ମହାସଂଘର ପ୍ରସ୍ତୁତି...

ଡିସେମ୍ବର ୫ ତାରିଖ ରାଜ୍ୟସ୍ତରୀୟ ଆନ୍ଦୋଳନ ପାଇଁ ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ମହାସଂଘର ପ୍ରସ୍ତୁତି ବୈଠକ

6

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବାଇପାସସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ସମସ୍ତ ଏନ୍‌.ପି.ଏସ୍ ବର୍ଗର ଶୀର୍ଷ ନେତୃତ୍ୱଙ୍କୁ ନେଇ ପ୍ରାଥମିକ ଶିକ୍ଷକ ମହାସଂଘର ଆଗାମୀ ଡିସେମ୍ବର ୫ ତାରିଖ ରାଜ୍ୟସ୍ତରୀୟ ମହାଆନ୍ଦୋଳନ ପାଇଁ ଓଡିଶାର ସମସ୍ତ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ୨ଦଫା ଦାବି ସମ୍ପର୍କରେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଛି। ଦୁଇ ଦଫା ଦାବୀ ଗୁଡିକ ହେଲା ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳପଦବୀକୁ ଅପଗ୍ରେଡ କରି ଲେବୁଲ୍‌-୯ ଅନୁଯାୟୀ ମୂଳବେତନ ୩୫୪୦୦ ଟଙ୍କା ପ୍ରଦାନ କରିବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଚ୍ଛେଦ ଉଚ୍ଛେଦ କରି ୨୦୦୧ ମସିହାଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ନୋସନାଲ ଇନକ୍ରିମେଂଟ ପ୍ରଦାନ କରିବା। ବୈଠକର ଚୂଡାନ୍ତ ନିଷ୍ପତି ଅନୁଯାୟୀ ଆସନ୍ତା ୩୦ ତାରିଖ ଦିନ ପ୍ରତ୍ୟେକ ବ୍ଲକ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯିବା ସହିତ ଆସନ୍ତା ୫ତାରିଖ (ଶୁକ୍ରବାର) ଠାରୁ ସବୈତନିକ ଛୁଟିନେଇ ଦାବୀ ହାସଲ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିବା ପାଇଁ ନିଷ୍ପତି ହୋଇଛି। ଏହି ବୈଠକରେ ଶିକ୍ଷକ ନେତା ପର୍ଶୁରାମ ନାୟକ, ଉତମ କୁମାର ଦାସ, ଅରବିନ୍ଦ ଦୀକ୍ଷିତ, ସୁବ୍ରତ ଧଳ, ଜ୍ୟୋତିର୍ମୟ ଅଗସ୍ତି, ଅଜିତ ମହାରଣା, ନୀଳାନ୍ଦ୍ରୀ ତ୍ରିପାଠୀ, ପ୍ରକାଶ ନାରାୟଣ ଜେନା, ତବରେଜ ଖାନ, ଗୟାଧର ଦାସ, ପ୍ରଣୟ ମହାପାତ୍ର, ପ୍ରକାଶ କୁମାର ନାୟକ, ରୂପକ ମିଶ୍ର, ପ୍ରଦୀପ ସେଠୀ, ନରେନ୍ଦ୍ର ସାହୁ, ସନ୍ତୋଷ ମଲ୍ଲିକ, ଦେବାଶିଷ ନାଥ, ନିରଞ୍ଜନ ଖିଲାର, ଓମ୍ ପ୍ରକାଶ ରାଉତ, ପ୍ରଭାସ ପଣ୍ଡା, ବିମଳ ଦାସ, ହେମନ୍ତ ମଲ୍ଲିକ, ଦୀପକ ସୂତାର, ତୋଫାନ କୁମାର ନାୟକ, ଝାନସୀ ରାଣୀ ରାଉତ, ପରମେଶ୍ୱର ପୃଷ୍ଟି, ଦେବାଶିଷ ବେହେରା, ବିପିନୀ ବିହାରୀ ଜେନା, ଆଲୋକ ମଲ୍ଲିକ, ସାଫଲ୍ୟ ମହାଳିକ, ଆନନ୍ଦ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.