ହାଟଡ଼ିହି, ୯/୬ : ସଙ୍ଗରୋଧ ଅବଧି ସରିଥିଲେ ମଧ୍ୟ ଡିସଚାର୍ଜ ସାଟିଫିକେଟ ନଦେବାରୁ ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଗୋପାଳପୁର ସଙ୍ଗରୋଧ କେନ୍ଦ୍ରରେ ଆଜି ପ୍ରବାସୀମାନେ ଆନ୍ଦୋଳନ କରିଥିଲେ । ସେମାନଙ୍କ ଅଭିଯୋଗ ଯେ ଆଜି ସେମାନଙ୍କ ସଙ୍ଗରୋଧ ଅବଧି ସରିଯାଇଥିଲେ ମଧ୍ୟ ସରପଞ୍ଚ ସେମାନଙ୍କୁ ଡିସଚାର୍ଜ ସାଟିଫିକେଟ ଦେଇ ନଥିଲେ । ଏପରିକି ସେମାନଙ୍କ ପାଇଁ ଖାଇବାର ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନଥିଲା । ଫଳରେ ପ୍ରବାସୀମାନେ ନଖାଇ ନପିଇ ଆଜି ରାତି ସୁଧା ଉପବାସରେ ଥାଇ ଧାରଣାରେ ବସିଛନ୍ତି । ଏ ସମ୍ପର୍କରେ ସରପଞ୍ଚ କୌଶଲ୍ୟା ସେଠୀଙ୍କୁ ପଚାରିବାରେ ସେ ସକାଳେ ଡାକ୍ତରଙ୍କ ସହ ସେଠାକୁ ଯାଇଥିଲେ ସେଠାରୁ ଫେରିବାପରେ ଅସୁସ୍ଥ ହୋଇପଡି ଡାକ୍ତରଖାନା ଯାଇଥିଲେ, ତେଣୁ ଡିସଚାର୍ଜ ସାଟିଫିକେଟ ଦେବାରେ ବିଳମ୍ବ ଘଟିଛି ବୋଲି କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଯେ ସକାଳେ ଡିସଚାର୍ଜ କରିବା ସ୍ଥଳେ ଅପରାହ୍ନ ପର୍ଯ୍ୟନ୍ତ ସରପଞ୍ଚ ସେମାନଙ୍କୁ ଭୋିଲା ରଖିଲେ କାହିଁକି । ଏପରି ହେଲେ ସରକାରଙ୍କ ଏହି ସଙ୍ଗରୋଧ କେନ୍ଦ୍ରକୁ ପ୍ରବାସୀମାନେ ଆସିବେ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।