Home ଜିଲ୍ଲା ପରିକ୍ରମା ଡିଷ୍ଟ୍ରିକ୍ଟ ସଟଲ ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ବେଡମିଟନ ଖେଳପାଇଁ ପ୍ରସ୍ତୁତି

ଡିଷ୍ଟ୍ରିକ୍ଟ ସଟଲ ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ବେଡମିଟନ ଖେଳପାଇଁ ପ୍ରସ୍ତୁତି

12

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓ ମା ଦୁର୍ଗା ଆସୋସିଏସନ ଧାମନଗର ମିଳିତ ସହଯୋଗରେ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଂଟନ ଆସୋସିଏସନ ସ୍ୱୀକୃତି ପ୍ରାପ୍ତ ଭଦ୍ରକ ଜିଲ୍ଲା ଚାମ୍ପିୟନସିପ ଟୁର୍ନାମେଂଟ ପ୍ରଥମ ଥର ଧାମନଗର ବହୁମୁଖୀ ଇଣ୍ଡୋର ଷ୍ଟାଡ଼ିୟମ ପରିସରରେ ଅଗଷ୍ଟ ୩୦ ଓ ୩୧ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଯଥା ୧୧ବର୍ଷରୁ କମ ବର୍ଗ (ମିନି), ୧୩ ଓ ୧୫ ବର୍ଷ ବର୍ଗର (ସବଜୁନିଅର ), ୧୯ବର୍ଷର କମ ବର୍ଗର (ଜୁନିୟର)ବାଳକ ଓ ବାଳିକା ଓ ସିନିୟର ବର୍ଗରେ ପୁରୁଷ ଓ ମହିଳା ମାନେ ଅଂଶ ଗ୍ରହଣ କରିପାରିବେ। ୨୫ ତାରିଖ ପଞ୍ଜିକରଣ କରିବାର ଶେଷ ତାରିଖ ଭାବେ ନିର୍ଦ୍ଧାରିତ କରାଯାଇଛି। ପ୍ରତିଯୋଗୀ ମାନେ ଉଭୟ ଅନଲାଇନ ଓ ଅଫ ଲାଇନ ମାଧ୍ୟମରେ ପଞ୍ଜିକୃତ କରୁ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଜିଲ୍ଲା ସଟଲ ଆସୋସିଏସନର ସଭାପତି ମହେଶ ଦାସଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଆସୋସିଏସନର ସମ୍ପାଦକ ସମୀର ଦାସ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ସହଯୋଗୀ ଅନୁଷ୍ଠାନ ମା ଦୁର୍ଗା ଆସୋସିଏସନ ଧାମନଗରର ସମ୍ପାଦକ ଅଜିତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିବେକ ଜେନା ଉପସ୍ଥିତ ଥିଲେ। ଚାମ୍ପିୟନସିପ କମିଟିର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ସ୍ୱାଇଁ ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ମାନଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହିତ ଜିଲ୍ଲା ପ୍ରଶାସନ ଓ ଷ୍ଟେଟ ବ୍ୟାଡ଼ମିଂଟନ ଆସୋସିଏସନ ପ୍ରଥମ ଥର ପାଇଁ ଧାମନଗରରେ ଏପରି ଆୟୋଜନ କରିବା ପାଇଁ ସ୍ୱୀକୃତି ଦେଇଥିବାରୁ କୃତଜ୍ଞତା ଜଣାଇ ଥିଲେ। ଏହି ଅବସରରେ ବିକାଶ ଗୁପ୍ତା ଓ ଅମର ରାମ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.