Home ଜିଲ୍ଲା ପରିକ୍ରମା ଡିଜେ ଗାଡ଼ି ଓଲଟି ନାବାଳକ ମୃତ ଘଟଣାରେ ୩ ଦିନ ପରେ ପ୍ରଶାସନ ଓ ମନ୍ତ୍ରୀ...

ଡିଜେ ଗାଡ଼ି ଓଲଟି ନାବାଳକ ମୃତ ଘଟଣାରେ ୩ ଦିନ ପରେ ପ୍ରଶାସନ ଓ ମନ୍ତ୍ରୀ ମୃତ ବାଳକଙ୍କ ପରିବାରକୁ ଭେଟିଲେ,ମୁଖ୍ୟମନ୍ତ୍ରୀ ଟୁୟିଟି ମାଧ୍ୟମରେ ଜଣାଇଲେ ସମବେଦନା

10

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମନଗର ଥାନା ଭଗବାନପୁର ପଂଚାୟତ ଅନହରପୁର ଗ୍ରାମ ରେ ରଥଟଣା ସମୟରେ ଡିଜେ ଗାଡ଼ି ଓଲୋଟି ପଡି ଦୁର୍ଘଟଣାରେ ୧୨ ବର୍ଷ ବୟସ୍କ ସୌମ୍ୟ ରଞ୍ଜନ ରାଉତଙ୍କ ମୃତ୍ୟୁ ର ତିନିଦିନ ପରେ ପ୍ରଶାସନ ତାଙ୍କ ଘରେ ପହଞ୍ଚିଛି। ଏହାସହ ମୃତକଙ୍କ ମା’ ମଞ୍ଜୁଲତା ଖଟୁଆ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଙ୍କ ନିର୍ଦ୍ଧେଶ କ୍ରମେ ରବିବାର ଅପରାହ୍ନ ୪ ଟା ସମୟରେ ଧାମନଗର ତହସିଲଦାର ଲୋକନାଥ ପ୍ରସାଦ ସେଠୀ,ଅତିରିକ୍ତ ତହସିଲଦାର ସାଇ ସିଲୋନା,ଏସଡିପିଓ ତ୍ରିଲୋଚନ ସେଠୀ,ଆଇ ଆଇ ସି ଗୋପାଳ କୃଷ୍ଣ ଜେନା ପ୍ରମୁଖ ମୃତ ନାବାଳକ ସୌମ୍ୟରଂଜନ ଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ମୃତକର ବିଧବା ମା ମଞ୍ଜୁଲତା ଖଟୁଆ ସହ ଆର୍ôଥକ ସହାୟତା ରାଶି ପ୍ରଦାନ କରିଥିଲେ। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ନଗଦ ୨୫ ହଜାର ଟଙ୍କା ଅର୍ଥ ରାଶି ଏବଂ ୩ ୟ ଶ୍ରେଣୀରେ ପଡୁଥିବା ଏକମାତ୍ର ସାନ ଭଉଣୀ ସୁଭିଲତା ରାଉତ ଙ୍କୁ ବାତ୍ସଲ୍ୟ ଯୋଜନା ରେ ୧୮ ବର୍ଷ ପର୍ଯ୍ୟନ୍ତ ପାଠ ପଢା ଖର୍ଚ୍ଚ ପାଇଁ ମାସିକ ୪ ହଜାର ଟଙ୍କା ଦିଆଯିବ ଏଥିସହ ଯଥା ସମ୍ଭବ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ସେଠୀ କହିଥିଲେ । ତେବେ ଉକ୍ତ ଦୁଃଖଦ ଘଟଣା ଖବର ପାଇ ରବିବାର ରାତି ୮ ଟା ସମୟରେ ଧାମନଗର ବିଧାୟକ ତଥା ରାଜ୍ୟ ସରକାର ଙ୍କ ଯୁବ ବ୍ୟାପାର ,ଉଚ୍ଚଶିକ୍ଷା ବିଭାଗ ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୃତ ବାଳକ ର ମା କୁ ଭେଟି ସମବେଦନା ଜଣାଇଥିଲେ ।ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଭଦ୍ରକ ଜିଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ । ସୂଚନା ଥାଉକି ଉକ୍ତ ଦୁଃଖଦ ଘଟଣା ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ଦିନରେ ସ୍ଥାନୀୟ ପ୍ରଶାସନ ଓ ରାତିରେ ମନ୍ତ୍ରୀ ପହଞ୍ଚି ତାଙ୍କ ପରିବାର କୁ ସମବେଦନା ଜଣାଇବା ସହ ସରକାରୀ ସାହାଯ୍ୟ ପ୍ରଦାନ କରିଥିବାରୁ ସ୍ଥାନୀୟ ଲୋକ ମାନେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ କ?ତଜ୍ଞତା
ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.