Home ଜିଲ୍ଲା ପରିକ୍ରମା ଡିଜେର ଉତ୍କଟ ଶବ୍ଦରୁ ମୁକ୍ତି ନାହିଁ,କାଗଜ କଲମ ରେ ସୀମିତ ଆଇନ, ମୁଣ୍ଡ ନେଉଛି ଡିଜେର...

ଡିଜେର ଉତ୍କଟ ଶବ୍ଦରୁ ମୁକ୍ତି ନାହିଁ,କାଗଜ କଲମ ରେ ସୀମିତ ଆଇନ, ମୁଣ୍ଡ ନେଉଛି ଡିଜେର ଉତ୍କଟ ଶବ୍ଦ !

16

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସହର ସମେତ ଜିଲ୍ଲାରେ ଡିଜେ ଶବ୍ଦ ପାଇଁ ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକ, ବରିଷ୍ଠ ନାଗରିକ, ବିଦ୍ୟାର୍ଥୀ। ନ୍ୟାୟାଳୟଙ୍କ ପ୍ରତିବନ୍ଧକ ସତ୍ୱେ ଡିଜେ ଉପରେନିୟନ୍ତ୍ରଣ ଲଗାଇ ପାରୁନି ପୁଲିସ ଓ ପ୍ରଶାସନ । ଶୋଭାଯାତ୍ରା ପାଇଁ ଅନୁମତି ଆଣିବା ସମୟରେ ଡିଜେକୁ ଅନୁମତି ନଥିବା ଲୋଖାଯାଉଥିଲେ ମଧ୍ୟ ଏହାକୁ ମାନୁ ନାହାନ୍ତି ଅନୁମତି ଆଣୁଥିବା ବ୍ୟକ୍ତି ଓ ଅନୁଷ୍ଠାନ। ପୁଲିସ କିଛି କହିଲେ ସେମାନଙ୍କ ଉପରେ ସଙ୍ଗେସଙ୍ଗେ ପଡ଼ୁଛି ରାଜନୈତିକ ଚାପ। ତେଣୁ ପୁଲିସ ନିରବ ରହୁଛି। ଫଳରେଡିଜେକୁ ନେଇ ଥିବା ପ୍ରତିବନ୍ଧକ ଆପଣାଛାଏଁ ମିଳାଇ ଯାଉଛି ଡିଜେର ଗୁରୁଗର୍ଜନ ଶବ୍ଦ ଭିତରେ। ତେବେ କେତେକ କ୍ଷେତ୍ରରେ ଡିଜେ ବ୍ୟବହାରକାରୀଙ୍କୁ ବିନା ଭାଇବ୍ରେଟରରେ ୨୦ରୁ ୩୦ ଡେସିବଲ ଶବ୍ଦ ପାଇଁ ଅନୁମତି ଦିଆଯାଉଛି । କିନ୍ତୁ ବ୍ୟବହାରକାରୀ ଏହାକୁ ୧ଶହରୁ ୧୨୦ ଡେସିବଲ ପର୍ଯ୍ୟନ୍ତ ନେଇ ଯାଉଛନ୍ତି। ଏଥିରୁ ଯେଉଁ ଶନବ୍ଦ ବାହରୁଛି ତାହା ସ୍ନାୟୁ, ମସ୍ତଷ୍କ ଓ ହୃତପିଣ୍ଡ ଉପରେ ପ୍ରଭାବ ପକାଉଛି । ବହୁ ସମୟରେ ଏହାର ଉତ୍କଟ ଶବ୍ଦ ଜୀବନ ନେଉଥିବାର ନଜିର ରହିଛି। ଏହାର ଉଦାହରଣ ସ୍ୱରୂପ ଚଳିତ ରଥ ଯାତ୍ରା ରେ ଭଗବାନ ପୁର ପଞ୍ଚାୟତ ର ଜଣେ ୧୪ ବର୍ଷ ର ନାବାଳକ ଡିଜେ ର ଉତ୍କଟ ଶବ୍ଦ ରେ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ ତିହିଡି ରେ ମଧ୍ୟ ୨ ଜଣଙ୍କର ପ୍ରାଣ ହାନି ହୋଇଛି।ସହରାଞ୍ଚଳରେ ଏହି ଶବ୍ଦ ପ୍ରଦୂଷଣ ଉପରେ କିଛି ପ୍ରତିବନ୍ଧକ ଥି ଲାବେଳେ, ଗ୍ରାମାଞ୍ଚଳରେ ଏହା ଉପରେ କୌଣସି ଅଙ୍କୁଷ ନାହିଁ । ଧାମନଗର ବ୍ଳକର ସମସ୍ତ ଅଞ୍ଚଳରେ ଡିଜେ ଶବ୍ଦରେ ଅତିଷ୍ଠ ହେଉଛନ୍ତି ବିଭିନ୍ନ ବର୍ଗର ଲୋକ । ଏହି ଶବ୍ଦ ପ୍ରଦୂଷଣକୁ ବିରୋଧ କରିବାକୁ ସାଧାରଣଲୋକେ ସାହସ ଜୁଟାଇ ପାରୁ ନାହାନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଶବ୍ଦ ପ୍ରଦୂଷଣ କୁ ତିନି ଭାଗରେ ବିଭକ୍ତ କରାଯାଇଛି। କମର୍ସି ଆଲ, ରେସିଡେନ୍‌? ସି ଆଲ ଓ ସାଇଲେନ୍ସ ଜୋନ । ଏହି ସବୁ ଅଞ୍ଚଳରେ କେତେ ମାତ୍ରାରେ ଶବ୍ଦ ବଜା ଯାଇପାରିବ ତାର ମଧ୍ୟ ବିବଦ୍ଧ ନିୟମ ରହିଛି। ଯଥା କମର୍ସିଆଲ ଜୋନ୍‌ରେ ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ ୬୫ ଡେସିବଲ, ରାତି ଦଶ ଟାରୁ ସକାଳ ଛଅ ଟା ପର୍ଯ୍ୟନ୍ତ ୫୫ଡେସିବଲ, , ସାଇଲେନ୍ସ ଜୋନରେ ରାତି ଦଶ ମଧ୍ୟରେ ୫୦ଡେସିବଲ, ଏହାପରେ ସକାଳ ଛଅ ପର୍ଯ୍ୟନ୍ତ ୪୦ଡେସିବଲ ଓ ରେସିଡେନ୍‌?ସିଆଲ ଜୋନ୍‌?ରେ ସକାଳ ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ୫୫ଡେସିବଲ ଓ ରାତି ୧୦ ଟା ରୁ ସକାଳ ୬ଟା ପର‌୍ୟ୍‌ଯନ୍ତ ୪୫ଡେସିବଲ ଶବ୍ଦ ବଜାଇ ବାର କଡାକଡି ନିୟମ ରହିଛି । କିନ୍ତୁ ବିଡମ୍ବନା ହେଉଛି ଏହାକୁ ଦେଖିବାକୁ କେହି ନାହିଁ । ଅପରପକ୍ଷେ ଏହି ଡିଜେ ପାଇଁ ଓଡ଼ିଶାର ପାରମ୍ପରିକ ବାଦ୍ୟ କଳାକାର ଘୋର ଆର୍ôଥକ ଅନାଟନ ଦେଇ ଗତି କରୁଛନ୍ତି। ଅନେକ କଳାକାର ସେମାନଙ୍କର ଜୀବିକା ହରାଇଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ଅନୁକମ୍ପା ମହିଳା ସଂଗଠନ ପକ୍ଷରୁ ସଭାପତି କବିତା ସାହୁ, ସମ୍ପାଦିକା ଅଞ୍ଜନା ମହାକୁଡ ଓ ଉପ ସଭାପତି ବିମଳା ନାଥ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.