Home ଜିଲ୍ଲା ପରିକ୍ରମା ଡିଜି ଅଚଳ : ମୋବାଇଲ ଟର୍ଚ୍ଚରେ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା

ଡିଜି ଅଚଳ : ମୋବାଇଲ ଟର୍ଚ୍ଚରେ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା

7

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ହଠାତ୍ ସହଂରରେ ବିଜୁଳି କାଟ୍ ହୋଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଡିଜି(ଡିଜେଲ ଜେନେରେଟର)ଟି ଅଚଳ ହୋଇଥିଲା । ଫଳରେ ଦୀର୍ଘ ୨ଘଟାଂରୁ ଅଧିକ ରୋଗୀ ସେବା ବ୍ୟାହତ ହୋଇପଡିଥିଲା । ଆଉଟ୍‌ଡୋର ରେ ଶହଶହ ସଂଖ୍ୟକ ରୋଗୀ ଘନ ଅନ୍ଧାର ଓ ପ୍ରବଳ ଗୁଳଗୁଳିରେ ଅଣନିଶ୍ୱାସୀ ହୋଇ ରୋଗ ଦେଖାଇବାକୁ ଛିଡା ହୋଇଥିବା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ବହୁ କଷ୍ଟରେ ରୋଗୀଙ୍କୁ ଦେଖୁଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡାକ୍ତରଖାନାକୁ ଆସୁଥିବା ଗୁରୁତର ରୋଗୀମାନଙ୍କୁ ଆଶୁ ଚିକିତ୍ସା କରିବା । ରୋଗୀମାନଙ୍କ ସମ୍ପର୍କୀୟମାନେ ମୋବାଇଲ ଟର୍ଚ୍ଚ ଲାଇଟ୍ ମାରିବାରୁ ସ୍ୱାସ୍ଥ୍ୟକର୍ମୀମାନେ ରୋଗୀଙ୍କୁ ଭେନ୍‌ଫ୍ଲୋ ଆଦି ଲଗାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଖବର ନେବାରୁ ଜଣାଯାଇଛି ଯେ, ଡିଜି ର ଏକ ତାର ପୋଡି ଯାଇଥିବାରୁ ଏଭଳି ସ୍ଥିତି ହୋଇଥିଲା । ତେବେ ଦୀର୍ଘ ୨ଘଂଟା ପରେ ଇଲେକଟ୍ରିକ୍ ଆସିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.