Home କୋରାପୁଟ ଡିଜିପିଙ୍କ କୋରାପୁଟ ଜିଲ୍ଲା ଗସ୍ତ,ସୁନାବେଡାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଡିଜିପିଙ୍କ କୋରାପୁଟ ଜିଲ୍ଲା ଗସ୍ତ,ସୁନାବେଡାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

26

କୋରାପୁଟ ୧୨-୧୨ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ  ପୋଲିସ ମହା-ନିର୍ଦ୍ଦେଶକ ଅଭୟ କୋରାପୁଟ  ଜିଲ୍ଲାର ପଟ୍ଟାଙ୍ଗି ଓ ସୁନାବେଡା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ  । ପଟ୍ଟାଙ୍ଗି  ଗସ୍ତ କରି ନୂତନ ଥାନା ଗୃହ ଉଦଘାଟନ କରିଥିଲେ ।କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାଶ , ଆଇଜି ଅପରେସନ ଅମିତାଭ ଠାକୁର ,ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ରାଜେଶ ଉତମ ରାଓ ପଣ୍ଡିତ ,କୋରାପୁଟ ଏସପି ଗୁଣ୍ଠୁପାଲ୍ଲି ଉପସ୍ଥିତ ଥିଲେ ।କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ,ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ତହସିଲଦାର ହରିପଦ ମଣ୍ଡଳ ,ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ,ଆଇଆଇସି କୈବଲ୍ୟ ସେଠ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ସୁନାବେଡାରେ  ପୋଲିସ ମହା-ନିର୍ଦ୍ଦେଶକ  ନକ୍ସଲ  ଦମନ, ଚୋରା  ଗଞ୍ଜେଇ  ଚାଲାଣ ସ୍ଥିତି ଉପରେ  ସମୀକ୍ଷା କରିଥିଲେ । ନକ୍ସଲ ବିରୋଧି ଅଭିଯାନ  ଓ ଚୋରା ଗଞ୍ଜେଇ  ଚାଲାଣକାରୀଙ୍କ  ବିରୁଦ୍ଧରେ କୋରାପୁଟ ଜିଲ୍ଲା ପୁଲିସ  ସଫଳତା ପାଇଥିବାରୁ କୋରାପୁଟ ଏସପି ଓ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ । ଉତମ ସେବା ନିମନ୍ତେ  ଡିଜିପି କୋରାପୁଟ ଏସପି ବରୁଣ ଗୁଣ୍ଠୁୁପାଲ୍ଲି,ନବରଙ୍ଗପୁର  ଏସପି ପରମାର ସ୍ମିଥଙ୍କ  ସମେତ ଓଏପିଏଫର ସିପାହୀ ହରିବନ୍ଧୁ କିର୍ଷାନୀ,ଡମ୍ବରୁଧର ଚାଲାଣ, ଲକ୍ଷ୍ମଣ ନାୟକ,ଧନିଆ ଶିଶା,ବିଶ୍ୱନାଥ କିର୍ଷାନୀ,ଦୁର୍ଯୋଧନ ପାଙ୍ଗି,କୃଷ୍ଣଚନ୍ଦ୍ର ଖରା ଏବଂ ଆନନ୍ଦ ଖୀଲଙ୍କୁ ଡିଜିପି  ପଦକ ପ୍ରଦାନ କରି   ସମ୍ମାନୀତ କରିଥିଲେ । ଏହି ଅବସରରେ କେକେବିଏନ ଡିଭିଜନର  ଏସିଏମ କ୍ୟାଡର ଫୁଲବତୀ ଉସେଣ୍ଡି  ଓରଫ କରୁଣା ଓରଫ ଦୀପିକା ନାମ୍ନୀ   ମହିଳା ମଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । କରୁଣା ଓରଫ ଦୀପିକା ଛତିଶଗଡର କାଙ୍କେର ଜିଲା ଦୁରଖାଣ୍ଡାଲ୍ ଥାନା  ଅଧୀନ ଗୁମୁଡି ଗ୍ରାମର ବୋଲି  ଜଣା ପଡିଛି । ସେ  ୨୦୦୮ରେ  କାଙ୍କେର ଜିଲା ଖାଣ୍ଡିଖୁସ୍ ଡିଭିଜନାଲ୍ କମିଟି ସଦସ୍ୟା ଭାବେ ଯୋଗଦେଇ  ଅସୁସ୍ଥ ଓ ଆହତ ମାଓବାଦୀଙ୍କୁ  ଚିକିତ୍ସା  କରୁଥିଲେ ।  ୨୦୧୯ ସାଧାରଣ ନିର୍ବାଚନ ବେଳେ ଘଟିଥିବା ବିଭିନ୍ନ ଘଟଣାରେ ସେ ଜଡିତ ଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ି  ଆତ୍ମସମର୍ପଣ କରିଥିବା  ଦୀପିକା ଓରଫ କରୁଣା କହିଛନ୍ତି ।  ମାଓ ସଂଗଠନରେ  ମହିଳା କ୍ୟାଡରଙ୍କୁ ନିର୍ଯ୍ୟାତନା ଓ ନକ୍ସଲ ମାନଙ୍କ ଆଦିବାସୀ ବିରୋଦ୍ଧି ମନୋଭାବ.ପୁଲିସର ମାଓ ଦମନ କ୍ଷେତ୍ରରେ ସଫଳତା,କନ୍ଧମାଳ ଜିଲାରେ ପୁଲିସର ମାଓ ଦମନ ଯୋଜନା ଏବଂ କନ୍ଧମାଳ ଜିଲ୍ଲାରେ ଗୁଳି ବିନିମୟରେ ଅନେକ ମାଓ କ୍ୟାଡରଙ୍କ ମୃତ୍ୟୁ ହେଉଥିବା  ଦେଖି ସେ   ମାଓ ସଂଗଠନରୁ ଦୂରେଇ ଯାଇ ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ଇଛା ପ୍ରକାଶ କରିଥିବା ଦୀପିକା  ଗଣମାଧ୍ୟମକୁ କହିଛନ୍ତି । ଅନ୍ୟ ପକ୍ଷରେ ମାଓବାଦୀ ହିଂସା ପଥ ଛାଡି ସମାଜର ମୁଖ୍ୟ କ୍କୋତରେ ସାମିଲ୍ ହେବାକୁ ଡିଜିପି ଅଭୟ ଆହ୍ୱାନ ଦେବା ସହ ଆଜି ଆତ୍ମସମର୍ପଣ କରିଥିବା ଦୀପିକାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରା ଯାଇ ଥିବା ଆତ୍ମସମର୍ପଣ ଓ ଥଇଥାନ ନିୟମ ଅନୁଯାୟୀ ସମସ୍ତ ସହାୟତା ଏବଂ ଆତ୍ମନିର୍ଭରଶୀଳ ହେବାକୁ  ଦକ୍ଷତା ବିକାଶ ତାଲିମ ଦିଆଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାଶ, ଆଇଜି ଅପରେସନ ଅମିତାଭ ଠାକୁର,ଡିଆଇଜି  ଏସଆଇଡବଲ୍ୟୁ ଅନିରୁଦ୍ଧ ସିଂ. ଏସଡବଲ୍ୟୁଆର ଡିଆଇଜି ରାଜେଶ  ଉତମ ରାଓ ପଣ୍ଡିତ ଓ ବରିଷ୍ଠ  ଅଧିକାରୀଙ୍କ  ସମେତ  କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲ୍ଲି ପ୍ରମୁଖ   ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.