Home ଜିଲ୍ଲା ପରିକ୍ରମା ଡିଜିଟାଲ ସର୍ଭେର ଜିଲାପାଳଙ୍କ ସମୀକ୍ଷା ବୈଠକ

ଡିଜିଟାଲ ସର୍ଭେର ଜିଲାପାଳଙ୍କ ସମୀକ୍ଷା ବୈଠକ

14

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡିଜିଟାଲ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ଭିସି ମାଧ୍ୟମରେ ଜିଲା ଅସୱାନ ପଏଣ୍ଟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ନିର୍ଦ୍ଦେଶ ଦେଇଛନ୍ତି । ଏହି ଅନୁଷ୍ଠିତ ସମୀକ୍ଷା ବୈଠକରେ ବ୍ଲକ୍ ଅସୱାନ ପଏଣ୍ଟରେ ସମସ୍ତ ତହସିଲଦାର ଓ ବ୍ଲକ୍ କୃଷି ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲାପାଳ ଏହି କାର୍ଯ୍ୟକୁ ବ୍ଲକ୍‌ସ୍ତରରେ ନିୟୋଜିତ ହୋଇଥିବା ସୁପରଭାଇଜର (ଗ୍ରାମ୍ୟ କୃଷି କର୍ମଚାରୀ, ଉଦ୍ୟାନ କର୍ମଚାରୀ, ଆରଆଇ) ସର୍ଭେୟରମାନଙ୍କ କାର୍ଯ୍ୟକୁ ତଦାରଖ କରିବା ସହ ଠିକ୍ ସମୟରେ ସର୍ଭେ କାର୍ଯ୍ୟ ସାରିବାକୁ ତହସିଲଦାର ବ୍ଲକ୍ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ଓ ରାମଦାସ ଟୁଡୁ, ଉପଜିଲାପାଳ ମନୋଜ ପାତ୍ର,ମୁଖ୍ୟ ଜିଲା କୃଷି ଅଧିକାରୀ ମଳୟ ଦ୍ୱାରି, କୃଷି ଜିଲା ଅଧିକାରୀ ଶ୍ରୀଧର ଦାସ ଓ ଜିଲାସ୍ତରୀୟ ନୋଡାଲ ଅଫିସରମାନେ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟ ଚଳିତ ଖରିଫ ଋତୁରେ ଚାଷ ହୋଇଥିବା ସମସ୍ତ ଫସଲକୁ ପାଇଲଟ ବେସିସ୍‌ରେ ଭଦ୍ରକ ଜିଲାକୁ ଡିଜିଟାଲ ସର୍ଭେ କରିବା ପାଇଁ ସ୍ଥର କରାଯାଇଛି । ଜିଲାରେ ୧୬ ଲକ୍ଷ ୯୧ ହଜାର ୨୪୫ ଟି ପ୍ଲଟ୍‌କୁ ସର୍ଭେ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ୧୨୬୨ ଜଣ ସର୍ଭେୟରଙ୍କୁ ନିୟୋଜିତ କରାଯାଇଛି । ଅଦ୍ୟାବଧି ୧୧୨୦ ଜଣ ସର୍ଭେୟର ରେଜେଷ୍ଟ୍ରିଭୁକ୍ତ ହୋଇଛନ୍ତି । ଗତକାଲି ସୁଦ୍ଧା ୨୧୮୦ ଟି ପ୍ଲଟ୍‌ର ସର୍ଭେ କାର୍ଯ୍ୟ ସରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.