Home ଓଡ଼ିଶା ଡିଗ୍ରୀ ମହାବିଦ୍ୟାଳୟରେ +୩ ନାମ ଲେଖା ବନ୍ଦକୁ ନେଇ ଉତ୍ତେଜନା

ଡିଗ୍ରୀ ମହାବିଦ୍ୟାଳୟରେ +୩ ନାମ ଲେଖା ବନ୍ଦକୁ ନେଇ ଉତ୍ତେଜନା

23

ନୟାଗଡ଼ ୧୬/୦୭(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ରେ ଛାତ୍ରୀ ମାନଙ୍କ ପାଇଁ ୨୦୧୦-୧୧ ମସିହାରେ ମା ମଣିନାଗ ଦୁର୍ଗା ଡିଗ୍ରୀ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା। ପ୍ରଥମେ ୬୪ ଛାତ୍ରୀ ଙ୍କ ନାମଲେଖା ପାଇଁ ଅନୁମତି ଥିଲେ ମଧ୍ୟ ୨୦୧୩-୧୪ ମସିହାରେ ୯୬ ଜଣ ଛାତ୍ରୀ ନାମଲେଖା ପାଇଁ ଅନୁମତି ମିଳିଥିଲା। ସେହିଦିନ ଠାରୁ ପ୍ରତିବର୍ଷ ଅସ୍ଥାୟୀ ସ୍ୱୀକୃତିରେ ଛାତ୍ରୀମାନେ ଅଧ୍ୟୟନ କରି ଆସୁଛନ୍ତି। ୬ ଜଣ ଶିକ୍ଷାଦାନ ପାଇଁ ଅଧ୍ୟାପକ ଅଧ୍ୟ୍ୟାପିକା ଓ ୭ ଜଣ ଅନ୍ୟ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ଡିଗ୍ରୀ ମହାବିଦ୍ୟାଳୟ ର ସ୍ଥାୟୀ ସ୍ୱୀକୃତି ପାଇଁ ଆବେଦନ ହୋଇଥିଲେ ମଧ୍ୟ ଶିକ୍ଷା ବିଭାଗ ର ସ୍ୱତନ୍ତ୍ର ସଚିବ ମିସ୍ ରାଜଶ୍ରୀ ମହାନ୍ତି ତା- ୧୪/୦୭/୨୦୨୨ ରିଖ ଚିଠି ନଂ ୨୯୬୨୩ ରେ ଅନୁସାରେ ୨୦୨୨-୨୩ ମସିହାରେ ଡିଗ୍ରୀ ମହାବିଦ୍ୟାଳୟ ପ୍ରଥମ ବର୍ଷରେ ନାମଲେଖା ବନ୍ଦ ପାଇଁ ନିର୍ଦେଶ ଆସିଥିବା ଜଣାପଡିଛି।

ଏହି ଡିଗ୍ରୀ ମହାବିଦ୍ୟାଳୟରେ ରାଜନିତୀ ବିଜ୍ଞାନ, ସଂସ୍କୃତ ଓ ଶିକ୍ଷା ବିଭାଗ ପାଠ୍ୟକ୍ରମ ରହିଅଛି। କାରଣ ଶିକ୍ଷା ବିଭାଗ ଆଇନ ଅନୁଯାଇ ସ୍ୱୀକୃତି ପାଇଁ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମହାବିଦ୍ୟାଳୟ ନାମରେ ନିଜସ୍ୱ ଜାଗା ନାହିଁ। ତେଣୁ ବନ୍ଦ ପାଇଁ ନିର୍ଦେଶ ଆସିବା ପରେ ମହାବିଦ୍ୟାଳୟ କର୍ତ୍ତୁପକ୍ଷ ଙ୍କ ଚିନ୍ତାର କାରଣ ପାଲଟିଛି। ଏ ନେଇ ରଣପୁର ମା ମଣିନାଗ ଦୁର୍ଗା ମହିଳା ଡିଗ୍ରୀ ମାହାବିଦ୍ୟାଳୟ ଅଧକ୍ଷ ବିଭୁ ପ୍ରସାଦ ମଲ୍ଲିକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ନିଜସ୍ୱ ଜାଗା ପାଇଁ ଆବେଦନ ହୋଇ ଇସ୍ତାହାର ଜାରି ହୋଇଛି। ସ୍ଥାନୀୟ ତହସିଲଦାର ବିଳମ୍ବ କରୁଛନ୍ତି। ଏନେଇ ରଣପୁର ମା ମଣିନାଗ ଦୁର୍ଗା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସତ୍ୟ ନାରାୟଣ ପ୍ରଧାନ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଆମ୍ଭେ ଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ମିସ୍ ରାଜଶ୍ରୀ ମହାନ୍ତି ଙ୍କ ସହ ଯୋଗାଯୋଗ କରି କିପରି ଚଳିତ ବର୍ଷ ନାମଲେଖା ହୋଇପାରିବ ସେ ନେଇ ବ୍ୟବସ୍ଥା କରୁଛୁ। ଅପରପକ୍ଷେ ରଣପୁର ଜନସାଧାରଣ ଓ ଛାତ୍ରୀ ମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.