Home ଜିଲ୍ଲା ପରିକ୍ରମା ଡିଏମ୍‌ୟୁରେ ୪ ଟି କୋଚ୍ ବୃଦ୍ଧି ଓ ପୂର୍ବପରି ଚଳାଚଳ କରିବ ଭଦ୍ରକ-କଟକ ପାସେଞ୍ଜର ଟ୍ରେନ୍‌,...

ଡିଏମ୍‌ୟୁରେ ୪ ଟି କୋଚ୍ ବୃଦ୍ଧି ଓ ପୂର୍ବପରି ଚଳାଚଳ କରିବ ଭଦ୍ରକ-କଟକ ପାସେଞ୍ଜର ଟ୍ରେନ୍‌, ଜିଲାବାସୀଙ୍କ ପକ୍ଷରୁ ସାଂସଦ, କେନ୍ଦ୍ର ରେଳମନ୍ତ୍ରୀ ଓ ରେଲ୍‌ୱେ ବୋର୍ଡ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ

33

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘବର୍ଷ ଧରି ଭଦ୍ରକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଡିଏମ୍‌ୟୁ/ମେମୁ ଟ୍ରେନ୍ କରୋନା କଟକଣା ପରେ ପରେ ବାଲେଶ୍ୱରବାସୀଙ୍କ ଅନୁରୋଧ କ୍ରମେ ଏହା ବାଲେଶ୍ୱରକୁ ସମ୍ପ୍ରସାରିତ ହୋଇଥିଲା। କିନ୍ତୁ ବାଲେଶ୍ୱର ଷ୍ଟେସନରୁ ବାହାରି ଭଦ୍ରକ ଷ୍ଟେସନ ପହଞ୍ôଚଲା ବେଳକୁ ପ୍ରାୟ ସମସ୍ତ ବାରଟି ବଗି ଯାତ୍ରୀମାନଙ୍କ ପୂର୍ଣ୍ଣ ହୋଇଯାଇଥାଏ। ଫଳରେ ଭଦ୍ରକରୁ ଚଢୁଥିବା ଯାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥାଏ। ଭଦ୍ରକ ଷ୍ଟେସନ ହେଉଛି ତିନୋଟି ଜିଲା ଯଥା ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡା ଅଂଚଳର ଶହ ଶହ ଯାତ୍ରୀ ଭଦ୍ରକରୁ କଟକ ଭୁବନେଶ୍ୱର ଯାଇଥାଆନ୍ତି। ସେଥିମଧ୍ୟରୁ ସରକାରୀ ଚାକିରିଆ, ରୋଗୀ, ଛାତ୍ରଛାତ୍ରୀ, ଦୈନିକ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ଅଧିକ ନିଜ ନିଜ କାର୍ଯ୍ୟରେ ଏହି ଟ୍ରେନ୍‌ଟିକୁ ଗମନାଗମନର ମୁଖ୍ୟ ମାଧ୍ୟମ ରୂପେ ବ୍ୟବହାର କରିଥାନ୍ତି। ଏହି ଅସୁବିଧା ପାଇଁ ବିଭିନ୍ନ ସଂଗଠନ ପ୍ରତିମାସ ରେଳରୋକ କରିଥାନ୍ତି। ଭଦ୍ରକବାସୀଙ୍କ ଏତାଦୃଶ ଅସୁବିଧାର ସମାଧାନ ପାଇଁ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ସଂସଦ ଭବନରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏବଂ ଗତମାସ ୮ ତାରିଖରେ ସାଂସଦଙ୍କ ପୁଣି ଏକ ପତ୍ର ମାଧ୍ୟମରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନୂଆଦିଲ୍ଲୀ ସଂଚାର ଭବନ ଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳଭବନରେ ରେଲ୍‌ୱେ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀଙ୍କ ସହିତ ସାକ୍ଷାତ୍ କରି ଆଲୋଚନା କରିଥିଲେ।

ଏହି ଆଲୋଚନାରେ ଡିଏମ୍‌ୟୁ /ମେମୁ ଟ୍ରେନ୍‌ରେ ଅତିରିକ୍ତ ଚାରି/ପାଞ୍ଚଟି କୋଚ୍ (ବଗି) ସଂଖ୍ୟା ବୃଦ୍ଧି, ଭଦ୍ରକ କଟକ ପାସେଞ୍ଜର ଟ୍ରେନ୍‌କୁ ପୁନଃ ପ୍ରଚଳନ ସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାହାନଗା, ସୋର, ସବିରା, ଭଦ୍ରକ, ରାଣୀତାଲ, ମାର୍କୋଣା, କେନ୍ଦୁଆପଦା, ବାଉଦପୁର, ମଂଜୁରି ରୋଡ୍ ଓ କପାଳି ରେଲ୍‌ୱେ ଷ୍ଟେସନର ଉନ୍ନତି ସଂପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଖୁବ୍‌ଶୀଘ୍ର ପର୍ଯ୍ୟାୟକ୍ରମେ ଉକ୍ତ ଦାବି ଗୁଡିକ ପୂରଣ ହେବ ବୋଲି ମନ୍ତ୍ରୀ ଏବଂ ରେଳବାଇର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ତାହା ଖୁବ୍ ଶୀଘ୍ର ଡିଏମ୍‌ୟୁ / ମେମୁ ଟ୍ରେନ୍‌ରେ ବଗି ସଂଖ୍ୟା ବାରୁ ଷୋହଳକୁ ବୃଦ୍ଧି ସହିତ ପୂର୍ବରୁ ଭଦ୍ରକ-କଟକ ପାସେଞ୍ଜର ଟ୍ରେନ୍‌କୁ ଚଳାଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଭଦ୍ରକର ଜନସାଧାରଣ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ବିଭିନ୍ନ ବାଣିଜ୍ୟ ସଂଗଠନ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ, ରେଲ୍‌ୱେ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ, ସାଂସଦ ଶ୍ରୀମତୀ ମଣ୍ଡଳ ଓ ଧାମନଗର ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.